ହିମ୍ମତ’ ଓଡ଼ିଆ ଖବରକାଗଜର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ 

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଓଡ଼ିଆ ଖବରକାଗଜ ‘ହିମ୍ମତ’ର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଇଯାଇଛି । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ପଣ୍ଡିତ ପ୍ରବୋଧ ମିଶ୍ର ଓ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ, ଲୋକସଭା ସାଂସଦ ରବୀନ୍ଦ୍ର ବେହେରା, ଆଠମଲିକ ବିଧାୟକ ଅଗସ୍ଥି ବେହେରା, ପୂର୍ବତନ ବିଧାୟକ ପ୍ରିୟଦର୍ଷି ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ହିମ୍ମତ ଖବର କାଗଜର ମୁଖ୍ୟ ପରିଚାଳକ ରଜନୀକାନ୍ତ ସାମନ୍ତରାୟଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ ବାର୍ଷିକ ଉତ୍ସବ ସମାରୋହର ଅଧ୍ୟକ୍ଷତା କରିଥିଲେ ମୁଖ୍ୟ ସମ୍ପାଦକ ଉମାକାନ୍ତ ପଟନାୟକ । ସମ୍ପାଦକ କମଳାକାନ୍ତ ଦାଶ, ବାର୍ତା ସମ୍ପାଦକ ସଞ୍ଜୟ ଦାସ,  ସହ ସମ୍ପାଦକ ପ୍ରଦ୍ୟୁମ୍ନ ଦାସଙ୍କ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୩୦୦ ସାମ୍ବାଦିକ ଏଥିରେ ଯୋଗ ଦେଇଥିଲେ । ଏହି ଅବସରରେ ହିମ୍ମତବାଲା ଆୱାର୍ଡରେ ୧୫ ଜଣ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା । ସାମ୍ବାଦିକ ମନୋରଞ୍ଜନ ସାସମଲ, ପୂର୍ଣ୍ଣଚନ୍ଦ୍ର ସାହୁ, ବିକ୍ରମ ମହାନ୍ତି ଏବଂ କୁନା ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.