ଜୟପାଟଣା ପୋଲିସ ଷ୍ଟେସନର ନୂତନ ଶୌଚାଳୟ ଉଦଘାଟିତ 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ପୋଲିସ ଷ୍ଟେସନ ଠାରେ ନୂତନ ଶୌଚାଳୟର ଶୁଭ ଉଦ୍ଘାଟନ ହୋଇଯାଇଅଛି। ଏ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଲାଞ୍ଜିଗଡ଼ ବିଧାୟକ ତଥା ବିଜେଡିର ଜିଲ୍ଲା ସଭାପତି ପ୍ରଦିପ କୁମାର ଦିଶାରୀ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବରିଷ୍ଠ ସମାଜସେବୀ ସତ୍ୟନାରାୟଣ ଅଗ୍ରୱାଲ, ଜିଲ୍ଲା ପରିଷଦ ଜୋନ-୩ ର ପ୍ରତିନିଧି ଦିଲ୍ଲିପ କୁମାର ରାଉତ, ମୋସିମ ଅହମଦ, ତଥା ଜନସାଧାରଣ ଉପସ୍ଥିତ ରହିଥିଲେ। ଜୟପାଟଣା ସହରରେ ବିଭିନ୍ନ କାର୍ଯ୍ୟାଳୟ ଥିବାରୁ ଦୁରଦୁରାନ୍ତ ଆସୁଥିବ ଲୋକେ ଶୌଚାଳୟ ବହୁତ ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ଆଜି ଦୀର୍ଘ ଦିନ ଆଶା ପୁରଣ ହୋଇଥବାରୁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.