ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ପଶ୍ଚିମ ଓଡିଶାରେ ଗଣପର୍ବ ନୂଆଖାଇ ପରେ ନୂଆଁଖାଇ ଭେଟଘାଟ ଭଳି ନିଆରା ପରମ୍ପରା ଚାଲିଆସିଥିବା ବେଳେ ନିଜର ପ୍ରୀୟଜନଙ୍କ ସହିତ ଆଦର ସମ୍ମାନ କରିବା ଓ ସମ୍ପର୍କ ଅକ୍ଷୁର୍ଣ୍ଣ ରଖିବା ପାଇଁ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଥାଏ। ଏହି ପରିପ୍ରେକ୍ଷୀରେ ଜୟପାଟଣା ବ୍ଲକ ଉଚ୍ଚଳା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖଇରଭାଡି ଠାରେ ବିଜୁ ଜନତାଦଳ ପରିବାର ପକ୍ଷରୁ ନୂଆଁଖାଇ ଭେଟଘାଟ ଉଚ୍ଚଳା ପଞ୍ଚାୟତ ବିଜୁ ଜନତାଦଳ ସଭାପତି କମଳ ଚରଣ ରାଉତଙ୍କ ସଭାପତିତ୍ବରେରେ ଅନୁଷ୍ଠିତ ହୋଇଯାଇଅଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ବିଜୁ ଜନତାଦଳ କଳାହାଣ୍ଡି ଜିଲ୍ଲା ସଭାପତି ତଥା ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ମାନ୍ୟବର ବିଧାୟକଙ୍କୁ କଳାହାଣ୍ଡି ଜିଲ୍ଲା ସଭାପତି ଦାୟିତ୍ୱ ଦେଇଥିବାରୁ ବିଜୁ ଜନତାଦଳ ସୁପ୍ରିମୋ ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା। ଏହାପରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜୟପାଟଣା ବ୍ଲକ ବିଜେଡି ସଭାପତି ମିନକେତନ ପୁଝାରୀ, ଜୟପାଟଣା ଜିଲ୍ଲା ପରିଷଦ ସଭ୍ୟ ଜୋନ ୨ ଦେବ ପୁଝାରୀ, ଅଁଳାଭଟ୍ଟା ପଞ୍ଚାୟତ ସଭାପତି ଚୁଡିମଣି ନାଏକ, ବିଜେଡି ଜୟପାଟଣା ବ୍ଲକ ଯୁବ ସଭାପତି ଅମ୍ବୁଜ କୁମାର ଧଙ୍ଗଡାମାଝି, ପୂର୍ବତନ ପଞ୍ଚାୟତ ସଭାପତି ଚକ୍ରଧର ନାଏକ ଯୁବ ସଭାପତି ହିମାଞ୍ଚଳ ନାଏକ, ସମାଜସେବୀ ଟେମଳ ନାଏକ, ସମ୍ପାଦକ ମୁରଲିଧର ଦୁର୍ଗା, ତଥା ବିଜୁଜନତା ଦଳର କର୍ମୀ ତଥା ଜନସାଧାରଣ ସାମିଲ ହୋଇଥିଲେ।।





