ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ସାମାଜିକ ସଂଗଠନ ମୁନ୍ କମ୍ୟୁନିକେସନ୍ ଓ ‘ମୋ ଯୁବ ଭାରତ’ ବାଲେଶ୍ୱରର ମିଳିତ ସହଯୋଗରେ ହିନ୍ଦୀ ଦିବସ ରଣସାହି ଠାରେ ପାଳିତ ହୋଇଯାଇଛି l ତୃଣମୂଳ ସ୍ତରରେ ହିନ୍ଦୀ ଭାଷାର ବ୍ୟବହାର ବୃଦ୍ଧି ପାଇଁ ୟୁନିଅନ ନୋଡାଲ ହାଇସ୍କୁଲ ସ୍କୁଲ ପରିସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ମୁନ୍ କମ୍ୟୁନିକେସନ୍ ର ସମ୍ପାଦକ ଶ୍ରୀ ଅବନୀ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ୟୁନିଅନ ନୋଡାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ସ ଯୋଗ ଦେଇ ହିନ୍ଦୀକୁ ରାଜଭାଷା କରାଯିବା ଓ ଏହାର ବୃଦ୍ଧି ପାଇଁ ବିଭିନ୍ନ କୌଶଳ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟତମ ଅତିଥି ଭାବେ ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ମଞ୍ଜୁଲତା ପେଡା, ଶ୍ରୀମତୀ ଗୀତାଞ୍ଜଳି ମହାପାତ୍ର, ଶ୍ରୀମତୀ ମୀନାରାଣୀ ଜେନା ଯୋଗ ଦେଇ ଭାରତୀୟ ଜନଜୀବନରେ ହିନ୍ଦୀ ଭାଷାର ପ୍ରଭାବ ଓ ଏହାକୁ କିପରି ବୃଦ୍ଧି କରାଯାଇ ପାରିବ ସେ ସମ୍ପର୍କରେ ଆଲୋଚନା କରି ଥିଲେ l ଛାତ୍ର ଛାତ୍ରୀ ମଧ୍ୟରେ ହିନ୍ଦୀ ଭାଷା ପ୍ରତି ଆଗ୍ରହ ବୃଦ୍ଧି ପାଇଁ ଦେଶାତ୍ମବୋଧକ ସଂଗୀତ ପ୍ରତିଯୋଗିତା କରାଯାଇ କୃତି ପାତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇ ଥିଲା l ସାଧାରଣ ଲୋକଙ୍କ ମଧ୍ୟରେ ହିନ୍ଦୀ ଭାଷାର ବ୍ୟାପକ ପ୍ରଚାର ଓ ପ୍ରସାର ପାଇଁ ଶ୍ରୀ ମୁରଲୀ ଧର ମହାନ୍ତି ନେତୃତ୍ୱରେ ଏକ ସାଇକେଲ ରାଲି ରଣସାହି, ହିଡିଗାଁ, ଗୁଡ଼ୁ, ସାରଗାଁ ଓ ଗେଙ୍ଗୁଟି ଗ୍ରାମ ପଂଚାୟତ ପରିକ୍ରମା କରି ଜନସାଧାରଣଙ୍କୁ ରାଜଭାଷା ବ୍ୟବହାର ବୃଦ୍ଧି ପାଇଁ ସଚେତନ କରାଯାଇ ଥିଲା l କାର୍ଯ୍ୟକ୍ରମ ପରିଚାଳନାରେ ଶ୍ରୀ ପର୍ଶୁରାମ ରାଉତ, ଶ୍ରୀ ଜଳଧର ବେହେରା, ଶ୍ରୀ ଜଗନ୍ନାଥ ବେହେରା, ଶ୍ରୀ ଉପେନ୍ଦ୍ର ନାୟକ ପ୍ରମୁଖ ସହଯୋଗ କରିଥିଲେ ।





