ସରିଆଁ ହାଇସ୍କୁଲର ରଜତ ଜୟନ୍ତୀ ପାଳନ ନେଇ ପ୍ରଥମ ପ୍ରସ୍ତୁତି ବୈଠକ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସରିଆଁର ରଜତ ଜୟନ୍ତୀ ପାଳନ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଅନଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ  ଗଙ୍ଗାନାରାୟଣ ଦାଶ, ଅବସରପ୍ରାପ୍ତ କିରାଣୀ ପ୍ରମୋଦ କୁମାର ଭୋଇ, ଅବସରପ୍ରାପ୍ତ ଶିକ୍ଷକ ନିର୍ମଳ ଚନ୍ଦ୍ର ଭୋଇ, ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରିଆ, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ସଭାପତି ତଥା ସରିଆଁର ପୂର୍ବତନ ସରପଞ୍ଚ  ଶାସ୍ତ୍ରୀଲାଲ ଛତ୍ରିଆ, ଭାରତୀୟ ଶିଶୁ ମନ୍ଦିର ସଭାପତି ବିଜୟ କୁମାର ଭୋଇ, ସରିଆଁ ସମିତି ସଭ୍ୟ ଭାସ୍କର ଭୋଇ ଏବଂ ଶତାଧିକ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ସମସ୍ତେ ରଜତ ଜୟନ୍ତୀ ପାଳନ କରିବା ପାଇଁ ଉତ୍ସାହିତ ହୋଇ ଏହି ଉତ୍ସବରେ ସମସ୍ତଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ପ୍ରକାଶ କରିଥିଲେ। ସେହି ଦୃଷ୍ଟିରୁ ନିଜ ନିଜ ସହପାଠୀ ମାନଙ୍କ ସହିତ ଯୋଗାଯୋଗ କରିବା ପାଇଁ ଦାୟିତ୍ୱ ଦିଆଯିବା ସହିତ ଆସନ୍ତା ସେପ୍ଟେମ୍ବର ୨୧ ତାରିଖ ରବିବାର ଦିନ ୧୦ ଘଣ୍ଟା ସମୟରେ ରଜତ ଜୟନ୍ତୀ ପାଳନ ଉତ୍ସବ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ବିଭିନ୍ନ ପ୍ରକାର ବିଭାଗ କମିଟି ସହ ଏକ ପୂର୍ଣ୍ଣାଙ୍ଗ କମିଟି ଗଠନ କରି କାର୍ଯ୍ୟକ୍ରମକୁ ଆଗେଇନେବା ପାଇଁ ନିଷ୍ପତ୍ତି ନିଆଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.