କାଠ ଗଣ୍ଡିର ନିଆଁ ପାଖରେ ବସି ଶୀତର ମଜା ନେଲେ ବିଧାୟକ ଚକ୍ରମଣୀ କହଁର

ଓଡ଼ିଆ ବାର୍ତ୍ତା/ ଫୁଲବାଣୀ (ବାଳକୃଷ୍ଣ ଚର୍ଚ୍ଚି): କନ୍ଧମାଳରେ ଏବେ ଶୀତର ରାଜୁତି। ପ୍ରବଳ ଜାଡରେ କମ୍ପୁଛି ସାରା ଜିଲ୍ଲା। ରାସ୍ତା ଘାଟରେ ଲୋକମାନେ କାଠ ଗଣ୍ଡି ଜଳାଇ ନିଆଁ ପାଖରେ ହାତ ସେକୁଥିବା ଦୃଶ୍ୟ ସାଧାରଣ ହୋଇପଡ଼ିଛି। ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଚାରିଆଡେ ଏବେ ଶୀତ ରୁ ରକ୍ଷା ପାଇବା ପାଇଁ କାଠ ଗଣ୍ଡିରେ ସାହାର ନେବାର ଦୃଶ୍ୟ ଦେଖିବାକୁ ମିଳୁଛି। ଏହି ଶୀତଳ ପରିବେଶରେ ବାଲିଗୁଡା ବିଧାୟକ ଚକ୍ରମଣୀ କହଁର ସାଧାରଣ ଲୋକଙ୍କ ପରି ରାସ୍ତା କଡରେ କାଠ ଗଣ୍ଡିରେ ନିଆଁ ଲଗାଇ ଶୀତର ମଜା ନେଉଥିବା ଦୃଶ୍ୟ ସହରବାସୀଙ୍କ ମନକୁ ଛୁଇଁଛି। ବିଧାୟକଙ୍କ ସହ ବାଲିଗୁଡା ବିଜେଡି ସଂଯୋଜକ ଟୁନା ଦାଶ, ତୁମୁଡିବନ୍ଧ ବ୍ଲକ ସଭାପତି ପ୍ରମୋଦ ସାହୁ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହ ମିଶି ନିଆଁ ଚାରିପାଖେ ବସି ଶୀତ ର ମଜ଼ା ନେଉଛନ୍ତି। ବିଧାୟକଙ୍କ ଏଭଳି ସରଳ ଓ ଆପଣାପଣିଆ ଆଚରଣ ଦେଖି ଲୋକମାନେ ବିଧାୟକଙ୍କୁ ସାଧୁବାଦ ଜଣାଇଛନ୍ତି। ଶୀତର ତୀବ୍ରତା ଦୃଷ୍ଟିରେ ରଖି ବୃଦ୍ଧ, ଶିଶୁ ଓ ଅସୁସ୍ଥ ବ୍ୟକ୍ତିମାନେ ଗରମ ପୋଷାକ ବ୍ୟବହାର କରିବା ସହ ଆବଶ୍ୟକ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ଏହା ସହ ଶୀତ କାଳୀନ ଆଶ୍ରୟ ସ୍ଥଳୀ ଖୋଲିବା ସହ କିଭଳି ହାଡଭଙ୍ଗା ଶୀତକୁ ମୁକାବିଲା କରିହେବ ସେ ନେଇ ପ୍ରଶାସନ ସହ ବିଧାୟକ ଆଲୋଚନା କରିଥିବା ଜଣାପଡିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.