​ନୂଆଦିଲ୍ଲୀ ସାଧାରଣତନ୍ତ୍ର ଦିବସ ପରେଡ୍ ପାଇଁ ​ଅମର +୩ ମହାବିଦ୍ୟାଳୟର ଛାତ୍ର ଟେକ ବଗର୍ତ୍ତୀ ମନୋନୀତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା କୁଶୁର୍ଲା ସ୍ଥିତ ଅମର +୩ ମହାବିଦ୍ୟାଳୟ ତଥା ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ପାଇଁ ଏକ ଗୌରବର ମୁହୂର୍ତ୍ତ ସୃଷ୍ଟି ହୋଇଛି। ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନଏସଏସ) ର ଅନ୍ୟତମ ଶ୍ରେଷ୍ଠ ସ୍ୱେଚ୍ଛାସେବୀ ତଥା ଯୁକ୍ତ ତିନି କଳା ବିଭାଗର ଛାତ୍ର ଟେକ ବଗର୍ତ୍ତୀ, ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହେବାକୁ ଥିବା ୨୦୨୬ ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ ପାଇଁ ମନୋନୀତ ହୋଇଛନ୍ତି।​ ସୂଚନାଯୋଗ୍ୟ ଯେ, ଟେକ ବଗର୍ତ୍ତୀ ମଦନପୁର ରାମପୁର ବ୍ଳକ ଅନ୍ତର୍ଗତ ମୁଡିଙ୍ଗ ପଞ୍ଚାୟତର ଏକ ଛୋଟ ଗ୍ରାମର ବାସିନ୍ଦା ଅଟନ୍ତି। ଗ୍ରାମାଞ୍ଚଳରୁ ଆସି ମଧ୍ୟ ସେ ପୂର୍ବରୁ ଆୟୋଜିତ କ୍ୟାମ୍ପର ସମସ୍ତ ପର୍ଯ୍ୟାୟକୁ ନିଜର କଠିନ ପରିଶ୍ରମ ଓ ନିଷ୍ଠା ବଳରେ ସଫଳତାର ସହ ଅତିକ୍ରମ କରିପାରିଛନ୍ତି। ତାଙ୍କର ଏହି ବିରଳ କୃତିତ୍ୱ କେବଳ ମହାବିଦ୍ୟାଳୟ ପାଇଁ ନୁହେଁ, ବରଂ ସମଗ୍ର ଜିଲ୍ଲା ତଥା ରାଜ୍ୟ ପାଇଁ ଗର୍ବର ବିଷୟ ପାଲଟିଛି। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ନବୀନ କୁମାର ପଧାନ କହିଛନ୍ତି ଯେ, “ଟେକ ବଗର୍ତ୍ତୀଙ୍କ ଏହି ସଫଳତା ଅନ୍ୟ ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବ। ତାଙ୍କର ଅଦମ୍ୟ ସାହସ ଓ ସେବା ମନୋଭାବ ପ୍ରଶଂସନୀୟ।” ଏହି ଖବର ପ୍ରଚାରିତ ହେବା ପରେ ମହାବିଦ୍ୟାଳୟ ଅଧକ୍ଷ ଶ୍ରୀ ପଧାନ, ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ରାଜେନ୍ଦ୍ର ଗହୀର ଓ ଅନ୍ୟ ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ବୃନ୍ଦ ଏବଂ ଛାତ୍ରଛାତ୍ରୀ ମହଲରେ ଖୁସିର ଲହରୀ ଖେଳିଯାଇଛି। ଛାତ୍ର ଟେକଙ୍କ ଏଭଳି ସଫଳତା ପାଇଁ ନର୍ଲା ବିଧାୟିକା ମନୋରମା ମହାନ୍ତି, ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, କର୍ଲାମୁଣ୍ଡା ବିଡିଓ ସୁଚରିତା ମୁଗ୍ରୀ, ବ୍ଲକ ଅଧ୍ୟକ୍ଷା କୁନି ସାହୁ ପ୍ରମୁଖ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ଶୁଭେଚ୍ଛା ଜଣାଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.