ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳାନନ୍ଦ ବଗର୍ତ୍ତୀ): ସଇନ୍ତଲା ବ୍ଳକ୍ ଗଣ୍ଡପତ୍ରାପାଲି ପଞ୍ଚାୟତ ଅନ୍ତର୍ଗତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ବଡ଼ମାଲ ଠାରେ ଟିଟିଲାଗଡ଼ ସଙ୍କୁଳର ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ ହୋଇ ଯାଇଅଛି । ସଙ୍କୁଳ ସଂଯୋଜକ ଦାଶରଥି ଘିଭେଲାଙ୍କ ମାର୍ଗ ଦର୍ଶନ ରେ ସଂକୁଳ ଶାରୀରିକ ପ୍ରମୁଖ ଚୁଡ଼ାମଣି ମହାଲିଙ୍ଗ ଏବଂ ସହ ପ୍ରମୁଖ ଚିନ୍ତାମଣି ଯୋଶୀ କ୍ରୀଡ଼ା ପରିଚାଳନା କରିଥିଲେ । ଏହି ଅବସରରେ ସଙ୍କୁଳ ପ୍ରମୁଖ ମାନନୀୟ ଟିକେଲାଲ ବେହେରା ମୁଖ୍ୟ ଅତିଥି ଭାବେ ଏବଂ ବିଦୁର ରାମ ନାଗ, ଫିରୋଜ କୁମାର ବଗର୍ତ୍ତୀ, ଦୁର୍ଯ୍ୟୋଧନ ସ୍ୱାଇଁ, ନିରଞ୍ଜନ ଘିଭେଲା, ମାଳଗୋବିନ୍ଦ ବଗର୍ତ୍ତୀ ଏବଂ ବବିତା ସାହୁ ସମ୍ମାନିତ ଅତିଥି ରୂପେ ଉପସ୍ଥିତ ରହି ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ । ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ସ୍ମିତାରାଣୀ ବଗର୍ତ୍ତୀ ଶପଥ ପାଠ କରାଇଥିଲେ । ଏହି କ୍ରୀଡ଼ା ସମାରୋହରେ ସଙ୍କୁଳ ଅନ୍ତର୍ଗତ ଆଠଟି ବିଦ୍ୟାଳୟର ମୋଟ୍ ୧୬୫ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରି ସେମାନଙ୍କର କ୍ରୀଡ଼ା ନୈପୁଣ୍ୟତା ପ୍ରଦର୍ଶନ କରିଥିଲେ । ଏହି ଅବସରରେ ସୁମନାନନ୍ଦ ଖମାରୀ, ବିଷ୍ଣୁ ପ୍ରସାଦ ପୂଝାରୀ, ସୁଶାନ୍ତ ପଣ୍ଡା, ତ୍ରିନାଥ ନାଗ, ବିଶ୍ଵ ମୋହନ ତ୍ରିପାଠୀ, ପରମାନନ୍ଦ ମହାକୁର ପ୍ରଭୃତି ସଙ୍କୁଳ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବୃନ୍ଦ ଉପସ୍ଥିତ ରହି ଖେଳ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ କୃତୀ ଖେଳାଳୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।





