୨୨ ରୁ ୨୮ ବାଲେଶ୍ୱରରେ ହେବ କୋଷମ୍ଵ ମେଳା: ମେଳାରେ ପୁସ୍ତକପ୍ରେମୀଙ୍କ ପାଇଁ ଖୋଲିବ ‘ବୁକ୍ କାଫେ’

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଜିଲ୍ଲା ସ୍ତରୀୟ ସ୍ୱଦେଶୀ ମେଳା ଓ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ‘କୋଷମ୍ୱ ୨୦୨୫’ ୨୨ ଡିସେମ୍ବର ରୁ ୨୮ ଡିସେମ୍ବର ପର୍ଯ୍ୟନ୍ତ ବାଲେଶ୍ଵର ପୋଲିସ ପଡ଼ିଆରେ ଆୟୋଜିତ ହେବାକୁ ଯାଉଛି।ଏହି ଅବସରରେ ପ୍ରଥମ ଥର ପାଇଁ ମେଳା ପରିସରରେ ‘ବୁକ୍ କ୍ୟାଫେ / ବୁକ୍ ଏକଜିବିସନ’ ଭଳି ଏକ ନୂଆ ଓ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ‘ବୁକ୍ କ୍ୟାଫେ’ରେ ପାଠକମାନେ ବିଭିନ୍ନ ପ୍ରକାରର ପୁସ୍ତକ କ୍ରୟ କରିବା ସହିତ ସୁବିଧାଜନକ ପରିବେଶରେ ବସି ବହି ଓ ପତ୍ରପତ୍ରିକା ପାଠ କରିପାରିବେ। ପାଠକ ଓ ସାହିତ୍ୟ ପ୍ରେମୀଙ୍କୁ ପୁସ୍ତକ ସହିତ ଯୋଡ଼ିବା ଏବଂ ପଠନ ସଂସ୍କୃତିକୁ ପ୍ରୋତ୍ସାହନ ଦେବା ହେଉଛି ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ। ଏହା ସହିତ ମେଳା ପରିସରରେ ‘ଡୋନେଟ୍ ବୁକ୍ସ’ (Donate Books) ନାମରେ ଏକ ନିର୍ଦ୍ଦିଷ୍ଟ କାଉଣ୍ଟର ଖୋଲାଯିବାର ମଧ୍ୟ ବ୍ୟବସ୍ଥା କରାଯିବ। ଏହି କାଉଣ୍ଟର ମାଧ୍ୟମରେ ବାଲେଶ୍ଵର ଜିଲ୍ଲାବାସୀ ସ୍ୱଇଚ୍ଛାରେ ପୁସ୍ତକ ଦାନ କରିପାରିବେ। ଦାନ କରା ଯାଇଥିବା ପୁସ୍ତକଗୁଡ଼ିକୁ ସରକାରୀ ପାଠାଗାର କିମ୍ବା ବିଦ୍ୟାଳୟରେ ରଖାଯିବ। ବାଲେଶ୍ଵରର ସମସ୍ତ ସାହିତ୍ୟପ୍ରେମୀ, ପାଠକ, ଛାତ୍ରଛାତ୍ରୀ ଓ ସଚେତନ ନାଗରିକଙ୍କୁ ଏହି ନୂଆ ପଦକ୍ଷେପରେ ସାମିଲ ହେବା ଓ ପୁସ୍ତକ ଦାନ କରି ପଠନ ସଂସ୍କୃତିକୁ ସମୃଦ୍ଧ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆହ୍ବାନ ଦିଆଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.