ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧୀନସ୍ଥ ମୋ ଭାରତ କଳାହାଣ୍ଡି ଶାଖା ନେତୃତ୍ବରେ ମ.ରାମପୁର ବ୍ଲକ ପାକେଲପଡ଼ା ପକ୍ଷରୁ ବ୍ଲକ ସ୍ତରୀୟ ଖେଳ ପ୍ରତିଯୋଗିତାର ପଞ୍ଚମ ଦିବସରେ ତୁର୍ଲା ଓ ହରିହରପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଫୁଟବଲ ମ୍ୟାଚ। ଏକ ଚିତାକର୍ଷକ ମ୍ୟାଚ ପ୍ରଦର୍ଶନ କରି ତୁର୍ଲା ଟିମ ହରିପୁରକୁ ଧରାଶାୟୀ କରି ୧-୦ ରେ ବିଜୟୀ ହୋଇ ସେମି ଫାଇନାଲ କୁ ପ୍ରବେଶ କରିଛି। ଟର୍ଣ୍ଣ।ମେଣ୍ଟ ର ପଞ୍ଚମୀ ଦିବସ ଖେଳ ଅତିଥି ଭାବେ ବେଲଖଣ୍ଡି ସରପଞ୍ଚ ସୁଶାନ୍ତ ବାଗ ଓ ଧରିତ୍ରୀ ଖବରକାଗଜ ର ସାମ୍ବାଦିକ ଭିକାରୀ ଗୌଡ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହ କରିଥିଲେ। ଏହି ଖେଳରେ ମୁଖ୍ୟ ରେଫରୀ ଦିନେଶ କୁମାର, ସହାୟକ ରେଫରି ପିଙ୍କୁ ଚନ୍ଦନ, ବିନୋଦ ହେର୍ଣ୍ଣା ଓ ମାଧବ ବଗର୍ତ୍ତୀ ଦାଇତ୍ବ ତୁଲାଇଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ବିନାୟକ ୟୁଥ୍ କ୍ଳବ ସଭାପତି ଯଶୋବନ୍ତ ଗହିର, ସମ୍ପାଦକ ଲକ୍ଷାପତି, କାର୍ଯ୍ୟକାରୀ ସମ୍ପାଦକ ସର୍ଜନ ବଗର୍ତ୍ତୀଙ୍କ ସମେତ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।





