ପଦ୍ମିନୀ କେରାୟ ହସ୍ପିଟାଲ ତରଫରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ନିଶ୍ଚିନ୍ତକୋଇଲି (ଜଗନ୍ନାଥ ଆଚାର୍ଯ୍ୟ): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଶୀର୍ଲୋ ବ୍ରାହ୍ମଣଖଣ୍ଡ ଅଧୀନସ୍ଥ ସାଧୁବଟ ଆବାସିକ ବିଦ୍ୟାମନ୍ଦିର ଗୁରୁକୁଳ ପରିସରରେ ଶନିବାର ଦିନ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି l ପଦ୍ମିନୀ କେୟାର ହସ୍ପିଟାଲ ଡ୍ରିମ୍ସ ଟାଙ୍ଗୀ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଶିବିରରେ ଭେଷଜ ଓ ଅସ୍ଥିଶଲ୍ୟ ବିଭାଗର ବିଶେଷଜ୍ଞ ଡାକ୍ତରମାନେ ଯୋଗଦେଇ ପ୍ରାୟେ ୨୦୦ ରୁ ଉର୍ଦ୍ଧ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ l ଏହା ବ୍ୟତୀତ ରକ୍ତଚାପ ଓ ରକ୍ତ ପରୀକ୍ଷା ସମେତ ମାଗଣା ଔଷଧ ବିତରଣ କରାଯାଇଥିଲା। ପଦ୍ମିନୀ କେୟାର ହସ୍ପିଟାଲର ମାର୍କେଟିଙ୍ଗ ମ୍ୟାନେଜର ଏ. ନମିତାଭ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିର ପରିଚାଳନାରେ ସମାଜସେବୀ ଅରୁଣ କୁମାର ସାହୁ, ପ୍ରମୋଦ ମହାପାତ୍ର, ଶାରଦା ପ୍ରସାଦ ଆଚାର୍ଯ୍ୟ,ଶ୍ରୀଯୁକ୍ତ ଦେବାଶିଷ ରାୟ, ପ୍ରଭାକର ବାରିକ, ପ୍ରକାଶ କୁମର ଆଚାର୍ଯ୍ୟ, ରାଜେଶ କୁମାର ପ୍ରଧାନ, ମମତା ପଟ୍ଟନାୟକ, ଲିପ୍ସା ମଣ୍ଡଳ, ସବିତା ସାହୁ, ସୁଲୋଚନା ବେହେରା ପ୍ରମୁଖ ସମସ୍ତ ଗୁରୁକୁଳର ଗୁରୁଜୀ ଓ ଗୁରୁମା ଏବଂ ଯୁବ ସାମ୍ବାଦିକ ଜଗନ୍ନାଥ ଆଚାର୍ଯ୍ୟ ଓ ପ୍ରଦ୍ୟୁମ୍ନ ଜେନା ସହଯୋଗ କରିଥିଲେ l ଡାକ୍ତର ଆନନ୍ଦ ଚରଣ ଦାସ ଫାର୍ମାସିଷ୍ଟ ସୌମ୍ୟ ରଞ୍ଜନ ଲେଙ୍କା,ଶେଖ ଫାର ଉଦିନ, ବର୍ଷା ରାଉତ, ଶାବରମତି ବେହେରା ଓ ପୁଷ୍ପଲତା କେରେକେଟା ପ୍ରମୁଖ ସ୍ୱାସ୍ଥ୍ୟ ପରୀକ୍ଷାରେ ସହଯୋଗ କରିଥିଲେ l ଏଠାରେ ଉଲ୍ଲେଖଯୋଗ୍ୟ, ପଦ୍ମିନୀ କେୟାର ହସ୍ପିଟାଲରେ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି l ଦୈନିକ ଶତାଧିକ ରୋଗୀ ରାଜ୍ୟ ତଥା ରାଜ୍ୟ ବାହାରୁ ଏହି ହସ୍ପିଟାଲକୁ ଆସି ଉନ୍ନତ ଚିକିତ୍ସାସେବା ନେଉଛନ୍ତି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.