ପାକେଲପଡ଼ା ଫୁଟବଲ ପ୍ରତିଯୋଗିତା: ସେମି-ଫାଇନାଲକୁ ପ୍ରବେଶ କଲା ତୁର୍ଲା ଟିମ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧୀନସ୍ଥ ମୋ ଭାରତ କଳାହାଣ୍ଡି ଶାଖା ନେତୃତ୍ବରେ ମ.ରାମପୁର ବ୍ଲକ ପାକେଲପଡ଼ା ପକ୍ଷରୁ ବ୍ଲକ ସ୍ତରୀୟ ଖେଳ ପ୍ରତିଯୋଗିତାର ପଞ୍ଚମ ଦିବସରେ ତୁର୍ଲା ଓ ହରିହରପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଫୁଟବଲ ମ୍ୟାଚ। ଏକ ଚିତାକର୍ଷକ ମ୍ୟାଚ ପ୍ରଦର୍ଶନ କରି ତୁର୍ଲା ଟିମ ହରିପୁରକୁ ଧରାଶାୟୀ କରି ୧-୦ ରେ ବିଜୟୀ ହୋଇ ସେମି ଫାଇନାଲ କୁ ପ୍ରବେଶ କରିଛି। ଟର୍ଣ୍ଣ।ମେଣ୍ଟ ର ପଞ୍ଚମୀ ଦିବସ ଖେଳ ଅତିଥି ଭାବେ ବେଲଖଣ୍ଡି ସରପଞ୍ଚ ସୁଶାନ୍ତ ବାଗ ଓ ଧରିତ୍ରୀ ଖବରକାଗଜ ର ସାମ୍ବାଦିକ ଭିକାରୀ ଗୌଡ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହ କରିଥିଲେ। ଏହି ଖେଳରେ ମୁଖ୍ୟ ରେଫରୀ ଦିନେଶ କୁମାର, ସହାୟକ ରେଫରି ପିଙ୍କୁ ଚନ୍ଦନ, ବିନୋଦ ହେର୍ଣ୍ଣା ଓ ମାଧବ ବଗର୍ତ୍ତୀ ଦାଇତ୍ବ ତୁଲାଇଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ବିନାୟକ ୟୁଥ୍ କ୍ଳବ ସଭାପତି ଯଶୋବନ୍ତ ଗହିର, ସମ୍ପାଦକ ଲକ୍ଷାପତି, କାର୍ଯ୍ୟକାରୀ ସମ୍ପାଦକ ସର୍ଜନ ବଗର୍ତ୍ତୀଙ୍କ ସମେତ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.