ଘରକୁ ଫେରିବାକୁ ଦାଦନ ଶ୍ରମିକଙ୍କ ଆକୁଳ ନିବେଦନ 

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲାର ଖଣିଜ ସମ୍ପଦରେ ଭରପୂର କାଶୀପୁର ବ୍ଲକ ବକ୍ସାଇଟ ଖଣି ପାଇଁ ବିଶ୍ୱ ପରିଚିତ । ଉତ୍କଳ ଆଲୁମିନା ଭଳି ନାମୀଦାମୀ କମ୍ପାନୀ ଥିଲେ ମଧ୍ୟ ଏଠାରେ ଯୁବପିଢ଼ିଙ୍କୁ ଯଥେଷ୍ଟ ରୋଜଗାର ମିଳୁନାହିଁ । ଫଳରେ ଯୁବକମାନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ଏଭଳି ଘଟଣା କାଶୀପୁର ବ୍ଲକରେ ଦେଖାଦେଇଛି । ବ୍ଲକର ୯ ଜଣ ଯୁବକ ଜଣେ ଠିକାଦାର ସହ ଗତ ନଭେମ୍ବର ମାସରେ ତେଲେଙ୍ଗାନାର ହାଇଦ୍ରାବାଦ ସ୍ଥିତ ‘ଗ୍ଲୋବାଲ ଷ୍ଟିଲ’ କମ୍ପାନୀକୁ କାମ କରିବାକୁ ଯାଇଥିଲେ | କିନ୍ତୁ ଦେଢ଼ ମାସ ହେଲାଣି ସେମାନଙ୍କୁ କାମ ଦିଆଯାଉନାହିଁ କି ପ୍ରତିଶ୍ରୁତି ଅନୁଯାୟୀ ୨୫ ହଜାର ଟଙ୍କା ଅଗ୍ରିମ ମଧ୍ୟ ମିଳୁନାହିଁ । ସେମାନଙ୍କ ପାଖେ ଟଙ୍କା ଅଭାବରୁ ଖାଦ୍ୟ ସମସ୍ୟା ଦେଖାଦେଇଛି ଓ ଘରକୁ ଫେରିବା ପାଇଁ ଟିକେଟ୍‌ ପାଇଁ ମଧ୍ୟ ଟଙ୍କା ନାହିଁ । ଘଟଣାଟି ପ୍ରଶାସନକୁ ଜଣାପଡ଼ିବା ପରେ ଅତିରିକ୍ତ ଜିଲାପାଳଙ୍କ ନିର୍ଦ୍ଦେଶରେ ଜିଲା ଶ୍ରମ ବିଭାଗ ତେଲେଙ୍ଗାନା ଶ୍ରମ କାର୍ଯ୍ୟାଳୟ ସହ ଯୋଗାଯୋଗ କରି ୯ ଜଣ ଯୁବକଙ୍କୁ ଶୀଘ୍ର ଫେରାଇ ଆଣିବା ପାଇଁ ପଦକ୍ଷେପ ନେଉଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.