ଧର୍ମଗଡ଼ର ବିଭିନ୍ନ ମଣ୍ଡି ବୁଲିଲେ ବିଜେଡ଼ିର ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ 

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣୀ ରାଉତ): ଧର୍ମଗଡ ବ୍ଲକର ଧାନ ମଣ୍ଡିମାନଙ୍କରେ ଅବ୍ୟବସ୍ତ୍ୟା ଓ କଟନି ଛଟନୀକୁ ନେଇ ଚାଷୀ ମାନେ ବିଭିନ୍ୟ ସମସ୍ୟା ଦେଇ ଗତି କରୁଥିବା ବେଳେ କଳାହାଣ୍ଡି ବିଜୁ ଜନତା ଦଳର ଫ୍ୟାକ୍ଟ ଫାଇଣ୍ଡି ଟିମ୍ ଏହି ବ୍ଲକର ବୋଡ଼େନ ଓ ବଡ଼ ଘୁମର୍ ମଣ୍ଡି ଗ୍ରସ୍ତ କରି ଧାନ ସଂଗ୍ରହ ତଦାରଖ କରିଥିଲେ ଏବଂ ବଡ ଘୁମର ମଣ୍ଡିରୁ ଧର୍ମଗଡ ଉପ ଜିଲ୍ଲାପାଳଙ୍କୁ ଫୋନ କରି ଜଣାଇ ବାରୁ ସନ୍ଧ୍ୟାରେ ଉପ ଜିଲ୍ଲାପାଳ ଦୁଇଟି ଟ୍ରକ୍ ପଠାଇ ଥିଲେ। ଏହି ପ୍ରତିନିଧି ଦଳରେ ଧର୍ମଗଡ ବ୍ଲକ ସଭାପତି ଡାକେ ଲହଜଲ, ବଦ୍ରି ପଟ୍ଟନାଏକ, ପୂର୍ବତନ ପୌରଧକ୍ଷା ଲଳିତା ନାଏକ, ସଂଯୁକ୍ତା ବେହେରା, ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ହୀରା ବାଗ, କଲ୍ୟାଣୀ ନାଏକ, ମମତା ଗୋପାଳ, ଯୁବ ନେତା ସାମନ୍ତ ଖମାରୀ, ସନ୍ତୋଷ ପାଢ଼ୀ, ମନିଦ୍ର ମହାନ୍ତି, ଯୋଗିନ୍ଦ୍ର ସାହୁ, ମଧୁସୂଦନ ନାଗ, ପିତବାସ ବେହେରା ଓ ଲବଣୀ ଯାଦବ ସାମିଲ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.