ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟରେ ଯୁବକ ଯୁବତୀମାନଙ୍କ ପାଇଁ ଏକ ମାନଷିକ ଚାପ ପରିଚାଳନା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପରମେଶ୍ୱ ମୁଣ୍ଡ ବର୍ତ୍ତମାନ ସମୟରେ ବିକଷିତ ଭାରତର ସ୍ୱପ୍ନକୁ ସାକାର କରିବା ତଥା ଏକ ସୁସ୍ଥ ସମାଜ ଗଠନ କରିବା ଦିଗରେ ଯୁବକ ଓ ଯୁବତୀମାନଙ୍କୁ ଚାପମୁକ୍ତ ହୋଇ ଆଗକୁ କାର୍ଯ୍ୟ କରିବାର ଆବଶ୍ୟକତା ରହିଥିବାରୁ ଏହି ପରିପ୍ରେକ୍ଷୀରେ ଏକ ପରିଚାଳନା ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। କରୋନା ପରବର୍ତ୍ତୀ ସମୟ ଓ ଯୁବକମାନଙ୍କ ବିକାଶକୁ ଦୃଷ୍ଟିରେ ରଖି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ମନୋବିଜ୍ଞାନୀ ଅନାୟତ ମହମ୍ମଦ ଓ ବର୍ଷା ପଧାନ ଏହି କାର୍ଯ୍ୟକ୍ରମରେ ଯୁବକ ଯୁବତୀମାନଙ୍କୁ ଏକ ଚାପମୁକ୍ତ ଜୀବନ ବଞ୍ôଚବାର ଅନେକ ପଥ ଓ ପନ୍ଥା ଦର୍ଶାଇଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଶୁଭେନ୍ଧୁ କୁମାର ପାଢୀ, ଏନ୍ଏସ୍ଏସ୍ ଅଧିକାରୀ ପ୍ରତାପ ଚନ୍ଦ୍ର ଦାଶ, ଏନ୍ସିସି ଅଧିକାରୀ ସୁଶାନ୍ତ କୁମାର ଦାଶ ସମେତ ଅନେକ ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ।





