କୁଶୁର୍ଲା ଓଁ ଶାନ୍ତି ସେବା କେନ୍ଦ୍ରର ବାର୍ଷିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ଓଁ ଶାନ୍ତି ସେବା କେନ୍ଦ୍ରର ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି। ପ୍ରଜାପିତା ବ୍ରହ୍ମା କୁମାରୀ ଈଶରୀୟ ବିଶ୍ୱ ବିଦ୍ୟାଳୟ ତରଫରୁ ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା କୁଶୁର୍ଲା ଗ୍ରାମରେ ଏହି ଶିକ୍ଷା ଆରମ୍ଭ ହୋଇ ଆଜିକୁ ୫ ବର୍ଷ ଧରି ସେବାକରିବା ଉଦେଶ୍ୟରେ ବାର୍ଷିକ ଉତ୍ସବ ପାଳନ କରାଯାଇଛି।  ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ସହର ସବଜନ ରୁ ବିକେ ବ୍ରହ୍ମାକୁମାରୀ ରାଜଯୋଗିନୀ ନମିତା ଦିଦି ଜୀ , ବିକେ ଗୀତା ଦିଦି, ବିକେ ମମତା ଦିଦି,ବିକେ ଗିରିଶ ଭାଇ, ବିକେ ଶିବାନୀ ଦିଦି କର୍ଲାମୁଣ୍ଡାରୁ ବିକେ କୋଦଣ୍ଡ ଭାଇ ମଞ୍ଚ ପରିଚାଳନା କରିଥିଲେ ଓ ସମସ୍ତ ଭାଇ ଭଉଣୀ ଗଣ ଏବଂ କୁଶୁର୍ଲା ସଂଚାଲିକା ବ୍ରହ୍ମାକୁମାରୀ ରେବତୀ ଭଉଣୀ ଆନୁକୂଲ୍ୟ ରେ ସୁଚାରୁ ରୂପରେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଶ୍ରୀମତୀ ସୁଚରିତା ମହାପାତ୍ର (ପୂର୍ବତନ କଳାହାଣ୍ଡି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ) ଶ୍ରୀଯୁକ୍ତ ଜନ୍ମେଜୟ ସାହୁ (କୁଶୁର୍ଲା ଗ୍ରାମ ମୁଖିଆ) ଶ୍ରୀଯୁକ୍ତ ଲୋକନାଥ ଦାସ (ପୂର୍ବତନ ଶିକ୍ଷକ ) ଶ୍ରୀଯୁକ୍ତ ହେମସାଗର ସାହୁ, ଶ୍ରୀଯୁକ୍ତ ଶଶିକାନ୍ତ ରଣା ଉପସ୍ଥିତ ରହି ଅନୁଭୂତି ସହିତ ଆଗକୁ ଆମେ ଏହିପରି ରାଜଯୋଗ ଗ୍ରହଣ କରିବା ଆବଶ୍ୟକ ବୋଲି ମତାମତ ଦେଇଥିଲେ ଏହି କାର୍ଯ୍ୟକ୍ରମ ଟିକ ଶ୍ରୀଯୁକ୍ତ ଗଣ୍ଡାଦୀପ ସାହୁ ଙ୍କ ପରିସରରେ ଆୟୋଜନ କରାଯାଇଥିଲା ଶେଷରେ ବିକେ କୁସୁମ ମଞ୍ଜରୀ ପଣ୍ଡା, ବିକେ ମମତା ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.