ପ୍ରଶିକ୍ଷଣ: ମଣିଷ ପାଇଁ ମଣିଷ ଟିଏ ହୋଇ ଠିଆ ହେବା ଶିଖାଇଥାଏ
ଓଡ଼ିଆ ବାର୍ତ୍ତା କଳାହାଣ୍ଡି (ନିଲେଶ କୁମାର ନାଗ): ମାଁ ମାଣିକେଶ୍ବରୀ ବିଶ୍ବ ବିଦ୍ୟାଳୟଠାରେ ଯୁବ ରେଡକ୍ରସ୍ ଓଡିଶା ରାଜ୍ୟ ଶାଖା ତରଫରୁ ତ୍ରି-ଦିବସୀୟ ରାଜ୍ୟ ସ୍ତରୀୟ ଅଣ ତାଲିମପ୍ରାପ୍ତ ଯୁବ ରେଡକ୍ରସ୍ ପରାମର୍ଶଦାତା ମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଡିସେମ୍ବର ୨୬ ରୁ ୨୮ ତାରିଖ ପର୍ଯ୍ୟନ୍ତ କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାର ୫୦ଜଣ ଯୁବ ରେଡକ୍ରସ୍ ପରାମର୍ଶଦାତା ମାନଙ୍କ ପାଇଁ ଆୟୋଜିତ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶ୍ବ ବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଡ. ନିବେଦିତା ନାଥ, ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲା ଆବାହକ ସଂପାଦକ ଦିଲ୍ଲୀପ କୁମାର ହୋତା, ସଂଯୋଜକ ଅଖିଳ କୁମାର ଭଟ୍ଟ, ନୂଆପଡ଼ା ଜିଲ୍ଲାର ସଂଯୋଜକ ଅଶ୍ଵିନୀ ଓତା ଯୋଗଦେଇ ପ୍ରଶିକ୍ଷଣ:ମଣିଷ ପାଇଁ ମଣିଷଟିଏ ହୋଇ ଠିଆ ହେବା ଶିଖାଇଥାଏ ବୋଲି ମତବ୍ୟକ୍ତ କରିଥିଲେ ।ପରାମର୍ଶଦାତା ମୋହନ ଚରଣ ବିଷି ସ୍ବାଗତ ଅଭିଭାଷଣ, ଜିଲ୍ଲା ଯୁବ ରେଡକ୍ରସ୍ ସଂଯୋଜକ ଶାନ୍ତନୁ କୁମାର ପରିଡ଼ା ପ୍ରଶିକ୍ଷଣ ପରବର୍ତ୍ତୀ କାର୍ଯ୍ୟପନ୍ଥା ବିଷୟରେ ଉପସ୍ଥାପନ କରିଥିଲେ। ଯୁବ ରେଡକ୍ରସ୍ ପରାମର୍ଶଦାତା ସୁଧିର କୁମାର ପଣ୍ଡା ସଭା ସଂଯୋଜନା କରିଥିବା ବେଳେ ଜିଲ୍ଲା ଆବାହକ ସଂପାଦକ ସଂଜିବ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ରେଡକ୍ରସର ଇତିହାସ ଓ ବିକାଶ ତଥା ରେକର୍ଡ ପ୍ରସ୍ତୁତି ବିଷୟରେ ଗୋପାଳ କୃଷ୍ଣ ମିଶ୍ର, ରକ୍ତଦାନର ମହତ୍ତ୍ୱ- ଡ. ଦୀନବନ୍ଧୁ ସାହୁ, ସାଇବର ସୁରକ୍ଷା- ବୈଦ୍ୟନାଥ ନାୟକ, ସଡ଼କ ସୁରକ୍ଷା- ମେଜର ଡ. ଜୟଦେବ ସାହୁ, ପ୍ରାଥମିକ ସହାୟତା- ରଞ୍ଜନ କୁମାର ସ୍ବାଇଁ, ବ୍ୟକ୍ତିତ୍ବର ବିକାଶ,- ଡ. ହଳଧର ସାହୁ,ଏଚ ଆଇ ଭି ଏଡସ୍- ଅଶ୍ବିନୀ ଓତା, ପୋସ ଆକ୍ଟ – ସଂଜିବ କୁମାର ସାହୁ ଓ ରାଜ୍ୟ ଯୁବ ରେଡକ୍ରସ ପୁରସ୍କାର ପାଇଁ ପ୍ରସ୍ତୁତି ବିଷୟରେ ଶାନ୍ତନୁ କୁମାର ପରିଡ଼ା ପ୍ରମୁଖ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ପରାମର୍ଶଦାତା ମାନଙ୍କ ମଧ୍ୟରେ ଆୟୋଜିତ କବିତା ପାଠୋତ୍ସବରେ ମୁଖ୍ୟ ଅତିଥି ଭାବେ ସାଂଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ପରମେଶ୍ବର ମୁଣ୍ଡଙ୍କ ସହିତ ଉମାଶଙ୍କର କର ଓ ଦେବହୂତି କର ଯୋଗଦେଇଥିଲେ। ପ୍ରଶିକ୍ଷଣର ଦ୍ବିତୀୟ ଦିନ ସାଂସ୍କୃତିକ ସଂଧ୍ୟାରେ ବିଶ୍ବ ବିଦ୍ୟାଳୟର କୁଳସଚିବ ଡ. ଗୁଣନିଧି ନାୟକ ଓ ବିଶିଷ୍ଟ ବାଗ୍ମୀ ଡ. ଉମେଶ ଚନ୍ଦ୍ର ଶତପଥୀ ଅତିଥି ଭାବେ ଯୋଗ ଦେଇ ପ୍ରଶିକ୍ଷାର୍ଥୀ ମାନଙ୍କୁ ମାନବୀୟ ମୂଲ୍ୟବୋଧ ଉପରେ ମାର୍ଗଦର୍ଶନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ପରାମର୍ଶଦାତା ଡ. ନୃସିଂହାନନ୍ଦ ସାସମଲ ତଥା ବିଶ୍ବ ବିଦ୍ୟାଳୟର ଉମେଶ ଚନ୍ଦ୍ର ନାଗ ,ବ୍ରାଇଟ ପ୍ରଶାନ୍ତ କୁମାର ବାଗ, ବିଶୋକ ଚୌହାନ, ଦୀପକ ମାଝୀ, ପାୟଲ ଅଗ୍ରୱାଲ, ସଂକେତ କର୍ମୀ, ନିଶିଲଗ୍ନା ଜେନା, ନିରୁପମା ଦନ୍ତା, କରଣ ଦାସ, ରୋଜାଲିନ ବେହେରା,ବିଶ୍ୱାସ୍ମୃତି ସ୍ୱାଇଁ,ବୈଷ୍ଣବୀ ଦାସ, ରାଜୁ ନାଏକ, ଶୁଭମ କୁମାର, ସୀତାରାଣୀ ସେଠ ତଥା ଯୁବ ରେଡକ୍ରସ୍ ସ୍ବେଚ୍ଛାସେବୀମାନେ ସହଯୋଗ କରିଥିଲେ।





