ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ବନବାସୀ ଏକଲ ବିଦ୍ୟାଳୟକୁ ନେଇ ୫ଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ବ୍ଲକର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବନବାସୀଙ୍କୁ ନେଇ ଗାଁ କମିଟି ଅନୁସାରେ ବ୍ଲକରେ ଶିକ୍ଷା ଓ କଲଚରକୁ ନେଇ ୨୦୧୬ ମସିହାରେ ଦୁଇ ଗୋଟି ଲାଞ୍ଜିଗଡ଼ ଓ ବିଶ୍ୱନାଥପୁର ସଞ୍ଚ ଗଠନ କରାଯାଇଥିଲା। ଏହି ସଞ୍ଚ ଅଧୀନରେ ୬୦ ଟି ଏକଲ ବିଦ୍ୟାଳୟ ରହିଥିବା ବେଳେ ସନ୍ଧ୍ୟା ଓ ସକାଳ ସମୟରେ ବନବାସୀଙ୍କୁ ୩ ଘଣ୍ଟା ଲେଖାଏଁ ଶିକ୍ଷା ପ୍ରଦାନ କରାଯାଇଛି। ଏହି ବିଦ୍ୟାଳୟ ମାନଙ୍କର ଆଚାର୍ଯ୍ୟ ଆଚାର୍ଯ୍ୟା ଙ୍କୁ ନେଇ ବ୍ଲକର ହରିହର ପୁର ସାପୁଲ କୁଚା ପ୍ରାଥମିକ ବିଦ୍ୟାଳୟ ଠାରେ ୫ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ଉଦଘାଟନୀ ଦିବସରେ ମୁଖ୍ୟ ଅତିଥି ଭାବେ ଅଞ୍ଚଳ ଅଧ୍ୟକ୍ଷା ସୁଶୀ ସବିତା ପଟନାୟକ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଘନଶ୍ୟାମ ଭାଟି, ସମାଜସେବୀ ଧର୍ମୁଚାନ୍ଦ ଅଗ୍ରୱାଲ, ରମେଶ ମାଝୀ,ଅବସରପ୍ରାପ୍ତ ଶିକ୍ଷକ ହରେକୃଷ୍ଣ ଯୋଶୀ,ସୁବାଷ ଚନ୍ଦ୍ର ଅଗ୍ରୱାଲ ଓ ବିଷ୍ଣୁ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।ବିଶ୍ୱନାଥପୁର ସଞ୍ଚ ପ୍ରମୁଖ ଗିରିଧାରୀ ଚଣ୍ଡୀ ଓ ଲାଞ୍ଜିଗଡ଼ ସଞ୍ଚ ପ୍ରମୁଖ ମନୋଜ କୁମାର ନାଏକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ଭାଷା, ଗଣିତ, ସାମାଜିକ ଜ୍ଞାନ ବିଜ୍ଞାନ, ସଂସ୍କାର, ସ୍ୱାସ୍ଥ୍ୟ, ଶାରୀରିକ, ହସ୍ତଶିଳ୍ପକୁ ନେଇ ପ୍ରଶିକ୍ଷଣ ଦିଆଯାଇଥିଲା।ଏଥିରେ ବିଶ୍ୱନାଥପୁର ଓ ଲାଞ୍ଜିଗଡ଼ ସଞ୍ଚ ଅଧୀନରେ ଥିବା ୬୦ ଟି ବନବାସୀ ବିଦ୍ୟାଳୟର ଆଚାର୍ଯ୍ୟ ଆଚାର୍ଯ୍ୟାକୁ ଏହି ୫ ଦିନ ପ୍ରଶିକ୍ଷକ ଭାବେ ଡମ୍ବରୁଧର ମାଝୀ, ଘନଶ୍ୟାମ ମାଝୀ, ଗିରିଧାରୀ ଚଣ୍ଡୀ ଓ ମନୋଜ କୁମାର ନାଏକ ତାଲିମ ପ୍ରଦାନ କରିଥିଲେ।ଆଜି ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ବିଶ୍ୱନାଥପୁର ସଞ୍ଚ ସଭାପତି ଟଙ୍କାଧର ପ୍ରଧାନୀ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ଭାବେ ଅଞ୍ଚଳ ଅଭିଯାନ ପ୍ରମୁଖ ବିଷ୍ଣୁ ଷଣ୍ଢ, ଗ୍ରାମ ସ୍ତରୀୟ ସଞ୍ଚ ପ୍ରମୁଖ ଶ୍ୟାମ ସୁନ୍ଦର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଶିବିରରେ ବ୍ଳକ ଆଦିବାସୀ ସଭାପତି ସୁକୃ ମାଝୀ, ଶିକ୍ଷକ ହରି ଚଣ୍ଡୀ, ମାଧବ ନନ୍ଦ ଗିରି, ବିଶି କେସନ ମାଝୀ ପ୍ରମୁଖ ସହଯୋଗ କରିଥିଲେ।ଶେଷରେ ଡମ୍ବରୁ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।





