ଡିଗିରାପଡା ୧୬ ପ୍ରହର ନାମଯଜ୍ଞର ପୂର୍ଣ୍ଣାହୁତି ପଡିଲା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଧିନସ୍ଥ ସର୍ଗିଗୁଡା ଗ୍ରାମ ପଞ୍ଚାୟତର ଡିଗିରାପଡାରେ ଗତ ୨୪ ଫେବ୍ରୁଆରୀ ରୁ ୧୬ ପ୍ରହର ନାମଯଜ୍ଞ ଚାଲିଥିଲା। ୨୪ ସନ୍ଧ୍ୟାରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ରାତିରେ ଅଧିବାସ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ୨୫ ଓ ୨୬ ଦୁଇଦିନ ଧରି ଅଖଣ୍ଡ ନାମ ଚାଲିଥିଲା। ଶୁକ୍ରବାର ସକାଳୁ ଏହାର ପୂର୍ଣ୍ଣାହୁତି ପଡିଛି। ସକାଳୁ ନାମ ଛାଡିବା ପରେ ପୂର୍ଣ୍ଣାହୁତି ହୋମ ଅନୁଷ୍ଠିତ ହୋଇଥିଲା। ଏହାପରେ ଦଧିହାଣ୍ଡି ନେଇ ନଗର ପରିକ୍ରମା କରିଥିଲେ କର୍ତ୍ତାଙ୍କ ସହ ସଙ୍କୀର୍ତ୍ତନ ମଣ୍ଡଳୀ। ନଗର ସଙ୍କୀର୍ତ୍ତନ ଓ ଦଧିହାଣ୍ଡି ଭଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଠାରେ ପ୍ରକାଶ ଯୋଗ୍ୟ ଯେ ଚଳିତ ବର୍ଷ ପଞ୍ଚମ ବର୍ଷ ଭାବରେ ଡିଗିରାପଡାରେ ଅନୁଷ୍ଠିତ ହୋଇଥିଲା ୧୬ ପ୍ରହର ନାମଯଜ୍ଞ । ମଙ୍ଗଳବାର ସକାଳ ୭ ଘଣ୍ଟା ସମୟରୁ ବିଧାୟୀକାଙ୍କ ଅନୁଦାନ ପାଣ୍ଠିରେ ନିର୍ମିତ ପ୍ରହରୀ ମଣ୍ଡପର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ କର୍ତ୍ତା ଭାବରେ ସୂର୍ଯ୍ୟକାନ୍ତୀ ମିର୍ଦ୍ଧା ଓ କୃଷ୍ଣ ମିର୍ଦ୍ଧା ଦାଇତ୍ୱ ନିର୍ବାହନ କରିଥିଲେ । ମଙ୍ଗଳବାର ଅପରାହ୍ନ ୪ ଘଣ୍ଟା ସମୟରେ କଳସ ଯାତ୍ରା ହୋଇ ଯଜ୍ଞ ମଣ୍ଡପରେ କଳସ ସ୍ଥାପନା ପରେ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଂଧ୍ୟା ୭ ଘଣ୍ଟା ସମୟରେ ସୋନପୁର ଜିଲ୍ଲାର ମହିଳା ସଂକୀର୍ତ୍ତନ ମଣ୍ଡଳୀ ଦ୍ୱାରା ବୈଠକୀ କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା । ବୁଧବାର ସକାଳ ସକାଳ ୭.୧୫ ରେ ନାମ ଆରମ୍ଭ ହୋଇଥିଲା। ଡିଗିରାପଡା ୧୬ ପ୍ରହର ନାମଯଜ୍ଞ ପରିଚାଳନା କମିଟିର ସଭାପତି ଭାବରେ ପ୍ରଫୁଲ୍ଲ ପଧାନ ଓ ସମ୍ପାଦକ ଭାବରେ କୃଷ୍ଣଚନ୍ଦ୍ର ମିର୍ଦ୍ଧା ଦାଇତ୍ୱରେ ରହି ଯଜ୍ଞ ପରିଚାଳନା କରିଥିଲେ।ଋଷି ପଧାନ, ତୀର୍ଥବାସୀ ପଧାନ, ଗୋବିନ୍ଦ ବଚ୍ଛା, ଲଖପତି ପଧାନ, ଯଦୁପତି ନାଏକ, ସ୍ୱୟମ୍ବର ଭୋଇ, ରୋମାଞ୍ଚଳ ପଧାନ, ଅଜିତ ବାଗ, ଶଙ୍କର ଗଉଡ, ମଦନ ବାଗ, ମଧୁ ରଣା, ଜିତୁ, ଦୁଷ୍ମନ୍ତ ପ୍ରମୁଖଙ୍କ ସମେତ ଡିଗିରାପଡାବାସୀ ଓ ଯୁବ ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ନାମଯଜ୍ଞର କର୍ତ୍ତା ଭାବରେ ଦୀପାଞ୍ଜଳୀ ସାହୁ ଓ ବିଜୟ ସାହୁ ଦାଇତ୍ୱ ନିର୍ବାହନ କରିଥିଲେ।ପଣ୍ଡିତ ଶୁକ ପାଢୀ ପୂଜକ ଭାବରେ ଓ ମାନସ ପାଢୀ ଓ ସୁଦର୍ଶନ ପାଢୀ ସହ ଯୋଗୀ ଭାବରେ ପୂଜନ କାର୍ଯ୍ୟ କରିଚାଳନା କରିଥିଲେ।ଏଥିରେ ନାମଯଜ୍ଞ ସାଙ୍ଗକୁ ଅନ୍ନଯଜ୍ଞ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଡିଗିରାପଡା, ବେହେରାପାଟି ଓ ସର୍ଗିଗୁଡାର ତିନିଗୋଟି ସଂକୀର୍ତ୍ତନ ଦଳ ସମେତ ଜିଲ୍ଲା ତଥା ଜିଲ୍ଲା ବାହାରୁ ୧୦ ଗୋଟି ସଂକୀର୍ତ୍ତନ ମଣ୍ଡଳୀଙ୍କୁ ନାମଯଜ୍ଞ ପାଇଁ ନିମନ୍ତ୍ରଣ କରାଯାଇଥିଲା। ଶୃଙ୍ଖଳିତ ଭାବରେ ୧୬ ପ୍ରହର ନାମଯଜ୍ଞ ସମ୍ପନ୍ନ ହୋଇଥିବାରୁ ପରିଚାଳନା କମିଟିର ସଭାପତି ପ୍ରଫୁଲ୍ଲ ପ ଧାନ ଓ ସମ୍ପାଦକ କୃଷ୍ଣ ଚନ୍ଦ୍ର ମିର୍ଦ୍ଧା କମିଟିର ସମସ୍ତ ସଦସ୍ୟ ଓ ଅଞ୍ଚଳବାସୀ ଜନ ସାଧାରଣଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.