ରାକ୍ସିରେ ଅଷ୍ଟ ପ୍ରହର ନାମଯଜ୍ଞ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଅଷ୍ଟ ପ୍ରହର ଅଖଣ୍ଡ ନାମଯଜ୍ଞକୁ ନେଇ ମୁଖରିତ ହୋଇ ଉଠିଛି ରାକ୍ସି ଗ୍ରାମ। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରାକ୍ସି ଠାରେ ଚାଲିଥିଲା ଅଷ୍ଟ ପ୍ରହର ନାମଯଜ୍ଞ। ବୁଧବାର କଳସ ଯାତ୍ରା, ଗୁରୁବାର ସକାଳୁ ନାମାରମ୍ଭ, ଶୁକ୍ରବାର ପୂର୍ଣ୍ଣାହୁତି ଓ ନଗର କିର୍ତ୍ତନ ସହ ଏହା ସମାପନ ହୋଇଛି। ପିତା ଶଙ୍କର ପୋଢ ଓ ମାତା ସାବିତ୍ରୀ ପୋଢଙ୍କ ଆଜ୍ଞା ଅନୁକ୍ରମେ ରାକ୍ସି ସରପଞ୍ଚ ଯେମନ୍ତ ପୋଢ ଓ ତାଙ୍କ ଧର୍ମପତ୍ନୀ କୁମୁଦିନୀ ପୋଢ ଏହି ନାମଯଜ୍ଞର ଆୟୋଜନ କରିବା ସହ କର୍ତ୍ତା ଦାଇତ୍ୱ ନିର୍ବାହ କରିଥିଲେ। ଏଥିରେ ସାତ ଗୋଟି ସଂକିର୍ତ୍ତନ୍ୟ ଦଳ ଯୋଗ ଦେଇଥିବାବେଳେ ଭାସ୍କର ତ୍ରିପାଠୀ, ମଣ୍ଟୁ ତ୍ରିପାଠୀ, ମାନଭଞ୍ଜନ ତ୍ରିପାଠୀ ଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ପ୍ରମୁଖ ପୂଜାକାର୍ଯ୍ୟ କରିଥିଲେ। ଲମ୍ବୋଦର ଭୋଇ, କିସନ ଭୋଇ, ନନ୍ଦୁଲାଲ ମାଝୀ, ପ୍ରଦ୍ୟୁମ୍ନ ଭୋଇ, ଲିଙ୍ଗରାଜ ପୋଢ, ଟିକେରାମ ଗଉଡ, ପ୍ରେମଲାଲ ଗଉଡ, ଖିରାବ୍ଧୀ ଗଉଡ, ପିତାମ୍ବର ପୋଢ, ଦାସରଥି ପୋଢ, ଜଳଧର ଭୋଇ, ରାଧେଶ୍ୟାମ ବୁଦ୍ଧିଆ, କୁଶ ଭୋଇ, ଗୋକୁଳାନନ୍ଦ ବିଶ୍ବାଳଙ୍କ ସମେତ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.