ବେଳକୋଣା ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ବେଲକୋଣା ଆଶ୍ରମ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଏସ ଅନୀଲ କୁମାର ବୈଠକରେ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଡି ଆଇ ଶ୍ୟାମଘନ ଭୂୟାଁ, ମୁଖ୍ୟ ବକ୍ତା ଭାବେ ଶିରିପୁର ଏସଏସଡି ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କୁମାରୀ ନୟନୀ ରଇତ, କୁଟୁଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପୀନାଥ ପରିଚ୍ଛା, ଆଞ୍ଚଳିକ ଶିକ୍ଷା ଅଧିକାରୀ ଉମାଶଙ୍କର ବେହେରା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମାଝୀ କୁମାର ଅତିଥି ଭାବେ ମଞ୍ଚାସିନ ରହିଥିଲେ। ଅନ୍ୟତମ ଅତିଥି ଭାବେ କାଣ୍ଡସୁର ବାଳିକା ଶିକ୍ଷା ନିକେତନର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ଧଳ, ପୂର୍ବତନ ପ୍ରଧାନ ଶିକ୍ଷକ ସୁନନ୍ଦ ଜେନା ଉପସ୍ଥିତ ରହି ଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନୀଲ କୁମାର ବାର୍ଷିକ ବିବରଣୀ ପଠନ କରିଥିଲେ। ବାର୍ଷିକ କ୍ରୀଡ଼ା ଉତ୍ସବରେ ୧୪ ଗୋଟି ଇଭେଣ୍ଟ ୮୦ ଜଣ ଭାଗ ନେଇଥିବା ବେଳେ ୪୨ ଜଣ କୃତି ଛାତ୍ର ଛାତ୍ରୀ ଓ ପରିଷ୍କାର ପାରିଛନ ପାଇଁ ୨ଜଣ ଛାତ୍ର ଓ ୧ ଛାତ୍ରୀ ଙ୍କୁ ଅତିଥି ଙ୍କ ଦ୍ୱାରା ମାନପତ୍ର ସହ ପୁରସ୍କୃତ କରାଯାଇଥିଲା। ଗୌରୀପ୍ରିୟା ପାଢ଼ୀ ମଞ୍ଚ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.