ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁନ୍ତଳା ବ୍ଲକ ଟିକ୍ରାପଡ଼ା ସ୍ଥିତ ଶିଶୁ ସୈନିକ ସ୍କୁଲରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି | ବିଜ୍ଞାନ ଶିକ୍ଷୟିତ୍ରୀ ବୈଜୟନ୍ତୀ ମହାକୁରଙ୍କ ଅଧ୍ୟକ୍ଷତା ତଥା ଛାତ୍ରୀ ଆରୋହୀ ରାଜପଲିଆଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଶିକ୍ଷୟିତ୍ରୀ ଲକ୍ଷ୍ମୀ ନାଗ ମୁଖ୍ୟ ବକ୍ତା, ଶିକ୍ଷକ ଦିଲୀପ ମିର୍ଦ୍ଧା, ମୁରଲୀ ହାତୀଖୁଜିଆ, ଶିକ୍ଷୟିତ୍ରୀ ସାବିତ୍ରୀ ରାଜପଲିଆ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଜାତୀୟ ବିଜ୍ଞାନ ଦିବସର ତାତ୍ପର୍ଯ୍ୟ ସମ୍ବନ୍ଧରେ ବୁଝାଇଥିଲେ | ପରିତୋଷ ନାଏକ, ଲତିକା କଲେତ, ଚୁମକୀ ଦୀପ, ଖୁସି ରାଜପଲିଆ, ଦୁର୍ବାଦଳ ସାହୁ, ଯୋଗମୟ ବାଗ, ୟଶରାଜ ଚାନ୍ଦ, ଶୁଭମ ବାରିକ, ସମ୍ୟାରାଣୀ ମେହେର, ଶୁଭଶ୍ରୀ ତାଣ୍ଡି, ଅର୍ପିତା ପୁଟେଲ, ଅମ୍ରିତ ମାହାର, ଝରଣା ତାଣ୍ଡି, ନେହାରିକା ଧରୁଆ, ତୃପ୍ତିମୟୀ ମେହେର, ଯୁଗେନ୍ଦ୍ର ବୁଡ଼େକ, ଶ୍ରେୟସ ଦନ୍ତା, ପ୍ରତୀକ୍ଷା ନାଗ, ପ୍ରିୟାଂଶୀ ବଗର୍ତ୍ତୀ, ଅର୍ପିତ କୁମାର ପଧାନ, ଲିନା ବାରିକ, ଶମ୍ଭୁ ତାଣ୍ଡି, ଆଦ୍ୟାଂଶା ବନଛୋର ପ୍ରମୁଖ ଛାତ୍ରଛାତ୍ରୀ ‘ବିଜ୍ଞାନର ଅବଦାନ’ ଶୀର୍ଷକ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ | ଶେଷରେ ଶିକ୍ଷକ ପ୍ରହ୍ଲାଦ ସିନ୍ଧ୍ରୀଆ ଧନ୍ୟବାଦ ଅର୍ପଣ କରିଥିଲେ | ଶିକ୍ଷୟିତ୍ରୀ ସଙ୍ଗୀତା ବାଗ, ବନ୍ଦନା ରଣା, ଭାର୍ଗବୀ ରାଜପଲିଆ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |




