ସଙ୍କୁଳ ସ୍ଥରୀୟ ଶିଶୁ ଶିବିର ଉଦଘାଟିତ

କଳାହାଣ୍ଡି,୧୫/୧୨:
ନର୍ଲା ସରସ୍ବତୀ ଶିଶୁ ମନ୍ଦିର ଠାରେ ଆଜି କେସିଙ୍ଗା ସଙ୍କୁଳ ସ୍ଥରୀୟ ଶିଶୁ ଶିବିର ଉଦଘାଟିତ ହୋଇ ଯାଇଛି । ଏଥିରେ ମୂଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୂର୍ଗା ପ୍ରସାଦ ମହାନ୍ତି (ମୁନା), ମୂଖ୍ୟ ବକ୍ତା ଭାବେ ଶିକ୍ଷା ବିକାଶ ସମିତି କଳାହାଣ୍ଡି ବିଭାଗ ସଦସ୍ୟ ଚନ୍ଦ୍ରଧ୍ବଜ ନାଗ, ଶିଶୁ ମନ୍ଦିରର ଉପସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ କିଶୋର ଚନ୍ଦ୍ର ତ୍ରିପାଠୀ ପ୍ରମୂଖ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu


ଏଠାରେ ସୂଚନାଯୋଗ୍ୟ ଯେ ନର୍ଲା ଶିଶୁ ମନ୍ଦିର ଠାରେ ଆଜିଠାରୁ ଶିଶୁ ଶିବିର ଆରମ୍ଭ ହୋଇଛି । ଆଜି (ଶନିବାର) ଉଦଘାଟନୀ ସମାରୋହ ତଥା ପ୍ରଥମ ଅଧୀବେଶନର ପରିସମାପ୍ତି ଘଟିଥିବା ବେଳେ ସାଦ୍ଧ୍ୟ ଅଧୀବେଶନ ଅପରାହ୍ନ ୫ଟା ରେ ଆରମ୍ଭ ହେବ , ଏଥିରେ ମୂଖ୍ୟ ଅତିଥି ଭାବେ ନର୍ଲା ବିଡିଓ ଡ. ବ୍ୟାସଦେବ ବେହେରାଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତିତ୍ବ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା କାଲି ପୂର୍ବାହ୍ନ ୧୦.୩୦ରେ ଶିଶୁ ଶିବିର ସମାରୋପ କାର୍ଯ୍ୟକ୍ରମ ଓ ଅପରାହ୍ନ ୩ଘଟିକାରେ ଶିଶୁ ମନ୍ଦିର ନର୍ଲାର ୨୯ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ ।

Pearl dental clinic
Near Ashish Medical Store, Bhawanipatna

ଏଥିରେ ମୂଖ୍ୟ ଅତିଥି ଭାବେ କୃଷି ମହାବିଦ୍ୟାଳୟ ଭବାନୀପାଟଣାର ସହଯୋଗୀ ଅଧ୍ୟକ୍ଷ ଡ. ଶାନ୍ତୁନୁ ମହାନ୍ତିଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଅତିଥି ଭାବେ ଯୋଗଦେବେ । ଏଥିରେ ଶିଶୁ ନାଟକ ” ତଅପୋଇ” ସହ ଘୁମୁରା ଓ ଶିଶୁ ମାନଙ୍କ ଦ୍ବାରା ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏହି ଶିବିରରେ କେସିଙ୍ଗା ସଂକୁଳର ନଅଗୋଟି ଶିଶୁ ମନ୍ଦିର ଯୋଗ ଦେଇଛନ୍ତି।
Report by:
Niranjan Goud, Special Correspondent odiabarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.