ରାଜପୁର ରେ ପିଠା କାର୍ଯ୍ୟକ୍ରମ

କର୍ଲାମୁଣ୍ଡା,୧୫/୧୨:

Omkar Vasthu
Omkar Vasthu

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରାଜପୁର ଗ୍ରାମପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ସରପଞ୍ଚ ମହେନ୍ଦ୍ର ରଣାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ କର୍ଲାମୁଣ୍ଡା ତହସିଲଦାର ତଥା କର୍ଲାମୁଣ୍ଡା ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ଅବନୀ କାନ୍ତ ସାହୁ ମୁଖ୍ୟ ଅତିଥି ,ଅତିରିକ୍ତ ତହସିଲଦାର ଶୁଭ୍ରାଂଶୁ ଶେଖର ପାଢୀ

Pearl dental clinic
Near Ashish Medical Store, Bhawanipatna

, ବ୍ଲକ ଅଧ୍ୟକ୍ଷା ନମ୍ରିତା ସାହୁ, ବିଏସଓ ସସ୍ମିତା ପଟେଲ, ନରେଗା ସହାୟକ ବିରଞ୍ଚି ଗହିର, ନୋଡାଲ ଅଫିସର ଋଷି କେଶ ଦଣ୍ଡସେନା ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଉନ୍ନୟନ ମୂଲକ କାର୍ଯ୍ୟ ଗୁଡିକୁ ଚର୍ଚା କୁ ଆଣିଥିଲେ।

Udyog Nursery
Udyogi Nursery

‘ପିଠା’ କାର୍ଯ୍ୟକ୍ରମରେ ଇନ୍ଦ୍ରମଣି ଭୋଇ ଓ ସାଥି ନାରାୟଣ ସାହୁ ଦାଶକାଠିଆ ମାଧ୍ୟମରେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ନୃତ୍ୟ ପରିବେଷଣ କରିଥିଲେ।ସେହିପରି କର୍ଲାମୁଣ୍ଡା ପଞ୍ଚାୟତ ସରପଞ୍ଚ କୃଷ୍ଣଚନ୍ଦ୍ର ବାଗଙ୍କ ନେତୃତ୍ବରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।

Report by:

Nabin Kishor Sahu, Karlamunda Correspondent odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.