ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାୟଗଡ ପୈାର ପ୍ରଶାସନ ତରଫରୁ ଖୋଲାଗଲା ଜଳଛତ୍ର

ଲକଡାଉନ ଯୋଗୁଁ ଜଳଛତ୍ର ଖୋଲିବାରେ ବିଳମ୍ବ

ରାୟଗଡ,୨୯/୫: ମହାମାରୀ କରୋନା ମୁକାବିଲା ପାଇଁ ରାଜ୍ୟରେ ଲକଡାଉନ ଘୋଷଣା ଯୋଗୁଁ ଚଳିତ ବର୍ଷ ରାୟଗଡ ପୈାର ପରିଷଦ ତରଫରୁ ଗ୍ରୀଷ୍ମ ପ୍ରବାହରେ ଜଳଛତ ଖୋଲାଯିବାରେ ବିଳମ୍ବ ହୋଇଛି । ତେବେ ନଗର ଉନ୍ନୟନ ବିଭାଗ ତରଫରୁ ଜଳଛତ୍ର ଖୋଲିବା ପାଇଁ ଗତ ମେ’ ୨୬ ତାରିଖରେ ନିର୍ଦ୍ଦେଶ ଆସିବା ପରେ ଗୁରୁବାର ୨୮ତାରିଖ ଦିନ ରାୟଗଡ ସହରର ୧୦ଟି ସ୍ଥାନରେ ଜଳଛତ୍ର ଖୋଲିଛି ପୈାର ପରିଷଦ । ସହରର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ମୁଖ୍ୟ ଗେଟ୍ ନିକଟରେ, ଷ୍ଟେଟ ବ୍ୟାଙ୍କ ଛକ, ତହସିଲ କାର୍ଯ୍ୟାଳୟ ଛକ, କୋରାପୁଟ ଛକ, କପିଳାସ ଛକ, ଗଜପତି ଛକ, ରେଳବାଇ ଷ୍ଟେସନ ଛକ, ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏବଂ ଜିଲ୍ଳା ସଂସ୍କୃତି ଭବନ ସମ୍ମୁଖ ଡିଆରଡିଏ କାର୍ଯ୍ୟାଳୟ ସମ୍ମୁଖରେ, ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ତଥା ଓଭରବ୍ରିଜ ତଳେ ଜଳଛତ୍ର ଖୋଲାଯାଇଛି । ସେହିପରି ଗ୍ରୀଷ୍ମପ୍ରବାହରେ ପଶୁପକ୍ଷୀଙ୍କୁ ପାନୀୟ ଜଳର ବ୍ୟବସ୍ଥା କରିବା ପାଇଁ ମଧ୍ୟ ଗାନ୍ଧୀନଗର ଛକ, ବ୍ଲକ କାର୍ଯ୍ୟାଳୟ ଛକ, ଡିଆଇବି ଛକ, ଗଜପତି ଛକ ଆଦି ସ୍ଥାନଗୁଡିକରେ ଥିବା ଗଛମୂଳେ ସିମେଂଟ କୁଣ୍ଡ ଯୋଗେ ପାଣିର ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି ।

Omkar Vasthu
Omkar Vasthu
ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Click here to get 24×7 News & Views alerts👇🏻

http://bit.ly/OBgroup4

Udyog Nursery
Udyogi Nursery

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.