ୱାଲ ପେଣ୍ଟିଙ୍ଗ ମାଧ୍ୟମରେ କରୋନା ସଚେତନତା

ନର୍ଲା,୨୯/୫: ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଅନୁକୂଲ୍ୟରେ ନର୍ଲା ବ୍ଲକ ଅନ୍ତର୍ଗତ ପଲସାପଡା ଗ୍ରାମର ନୀଳଚକ୍ର ସାଂସ୍କୃତିକ ଅନୁଷ୍ଠାନ ସହଯୋଗରେ ୱାଲ ପେଣ୍ଟିଂ ମଧ୍ୟମରେ କରୋନା ସଚେତନତା କରାଯାଇଛି । ଗ୍ରାମାଞ୍ଚଳରେ ଲୋକ ମାନକୁ କରୋନା ଭାଇରସର ସଚେତନ କରିବା ସହ ମାଗଣାରେ ମାସ୍କ ବଣ୍ଟନ, ହାତଧୁଆର କୌଶଳ ପ୍ରଦର୍ଶନ ଓ ଡ୍ରେନ ମାନଙ୍କରେ ବ୍ଲିଚିଂ ପାଉଡର ପକାଯାଇଥିଲା ।

ପଲସାପଡା ଗାଁରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ନେହରୁ ଯୁବ କେନ୍ଦ୍ର କଳାହାଣ୍ଡିର ଜାତୀୟ ଯୁବ ସ୍ୱେଚ୍ଛାସେବୀ ମିଳନ କୁମାର ଭୋଇ, ପୂର୍ବତନ ଜାତୀୟ ଯୁବ ସ୍ବେଚ୍ଛାସେବୀ ହେମସାଗର ସାହୁ, ଉକ୍ତ କ୍ଳବର ସମ୍ପାଦକ ନରେଶ ନାଏକ, କ୍ଲବର ସଦସ୍ୟ ଅନନ୍ତ ନାଏକ, ଦିଗାମ୍ବର ନାଏକ, ବ୍ୟାସ ନାଏକ, ଫିରୋଜ ନାଏକ, ଆର୍ଟିଷ୍ଟ ଥବିର ରଣା ପ୍ରମୁଖ ଯୋଗଦେଇ ଲୋକମାନଙ୍କୁ କରନା ବିରୁଦ୍ଧରେ କେମିତି ବଂଚିବା ସେ ନେଇ ଜନ ସଚେତନତା କରାଯାଇଥିଲା ।

ନର୍ଲାରୁ ନିରଞ୍ଜନ ଗୌଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.