ଜିଲ୍ଳା କର୍ମଚାରୀ ସମନ୍ୱୟ ସମିତି ତରଫରୁ ଦାବିପତ୍ର ପ୍ରଦାନ

ରାୟଗଡ,୨୯/୫: ରାୟଗଡ ଜିଲ୍ଳା କର୍ମଚାରୀ ସମନ୍ୱୟ ସମିତି ତରଫରୁ ଜିଲ୍ଳାପାଳ, ଅତିରିକ୍ତ ଜିଲ୍ଳାପାଳ, ଉପଜିଲ୍ଳାପାଳ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଜିଲ୍ଳା ଶିକ୍ଷାଧିକାରୀଙ୍କ ଉଦ୍ଦେଶ୍ୟରେ କୋଭିଡ-୧୯ରେ କାର୍ଯ୍ୟ କରୁଥିବା ସମସ୍ତ ସରକାରୀ ଶିକ୍ଷକ ଏବଂ କର୍ମଚାରୀମାନଙ୍କୁ ପିପିଇ କିଟ, ପ୍ରଦାନ କରିବା, ୫୦ ରୁ ୫୫ବର୍ଷ ବୟସରୁ ଉର୍ଦ୍ଧ ଶିକ୍ଷକ ଏବଂ କର୍ମଚାରୀ ଯାହାଙ୍କ ହାଇପେରଟେନସନ୍‌, ଆସ୍ଥମା, ମଧୁମେହ ଓ କର୍କଟ ଭଳି ଦୂରାରୋଗ୍ୟ ବ୍ୟାଧିର ଲକ୍ଷଣମାନ ଥିବ ତଥା ଶାରିରୀକ ଅକ୍ଷମତା ଏବଂ ଗର୍ଭବତୀ ମହିଳା କର୍ମଚାରୀମାନଙ୍କୁ କୋଭିଡ-୧୯ଡ୍ୟିୁଟିରୁ ବାଦ ଦେବା, କର୍ମଚାରୀଙ୍କୁ କାର୍ଯ୍ୟ ବଂଟନ ସମୟରେ ସମଦୃଷ୍ଟି ଦେବା, କ୍ରମାଗତ ଭାବେ ଡ୍ୟିୁଟି ନ ଦେବା, ଶିକ୍ଷକ ଏବଂ କର୍ମଚାରୀମାନଙ୍କୁ ସୁରକ୍ଷା ଦେବା, ଟିଏମସି ଗୁଡିକରେ ନିୟୋଜିତ ଶିକ୍ଷକ ଓ କର୍ମଚାରୀମାନଙ୍କ ସ୍ୱାବ୍ ପରୀକ୍ଷା କରାଯାଇ ସୁରକ୍ଷା ଦେବା ଆଦି ଦାବୀ ନେଇ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଆଜି ପର୍ଯ୍ୟନ୍ତ ରାୟଗଡ ଜିଲ୍ଳା ଗ୍ରୀନ ଜୋନରେ ଥିବା ଯୋଗୁଁ ଜିଲ୍ଳାପାଳ ଓ ଜିଲ୍ଳା ପ୍ରଶାସନ ଏବଂ ସର୍ବପରି ରାୟଗଡ ଜିଲ୍ଳା ଶିକ୍ଷକ ଏବଂ ର୍କମଚାରୀଙ୍କୁ ଓଡିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ୱୟ ସମିତି, ରାୟଗଡ ଶାଖା ତରଫରୁ ପ୍ରଶଂସା ତଥା ଧନ୍ୟବାଦ ଅର୍ପଣ କରାଯାଇଥିଲା । ଉପରୋକ୍ତ ବିଷୟଗୁଡିକ ଉପରେ ଅତିିରିକ୍ତ ଜିଲ୍ଳାପାଳ ଶରତ ଚନ୍ଦ୍ର ପଣ୍ଡାଙ୍କ ସହ ଆଲୋଚନା ବେଳେ ରାୟଗଡ ଶାଖାର ସଭାପତି ନିରଂଜନ ନାୟକ, ସଂପାଦକ ସୁକାନ୍ତ ମହାରଣା, ଜିଲ୍ଳା ପ୍ରାଥମିକ ଶିକ୍ଷକ ସଂଘ ସଂପାଦକ କୃଷ୍ଣଚନ୍ଦ୍ର ପଣ୍ଡା,ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ସଂପାଦକ ନିତ୍ୟାନନ୍ଦ ପଟ୍ଟନାୟକ, ଗଣେଷ ବନାଗାଡି, ଅଲେଖ ମହାଙ୍କୁଡ, ନାରାୟଣ ପାଣିଗ୍ରାହୀ, ପ୍ରଶାନ୍ତ ମିଶ୍ର, ବିଶ୍ୱପ୍ରକାଶ ଦାସ ତଥା ବହୁ ଶିକ୍ଷକ ଏବଂ କର୍ମଚାରୀମାନେ ଯୋଗ ଦେଇଥିଲେ ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.