କଳାହାଣ୍ଡି,୫/୬: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ କୁଶୁର୍ଲା ହଜାରିପଡା କଲାରୁଦ୍ର ଯୁବକ ସଂଘ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ପରିବେଶ ସୁରକ୍ଷା ପାଇଁ ଗାଁ ରାସ୍ତା ସଫେଇ ପରେ ପ୍ଲାଷ୍ଟିକ ପଲିଥିନ ବର୍ଜନ କରାଯାଇ ସ୍ଥାନୀୟ ଶାନ୍ତିବନ ଠାରେ ବେନର ଲଗାଇ ଜଙ୍ଗଲ ସୁରକ୍ଷା ନିମନ୍ତେ ସଚେତନତା ବାର୍ତା ଦେବସହ ବୃକ୍ଷ ରୋପଣ କରାଯାଇଥିଲା ।

ଆୟୋଜିତ କାର୍ଯ୍ୟକ୍ରମରେ କୁଶୁର୍ଲା ଜଙ୍ଗଲ ସୁରକ୍ଷା କମିଟି ତଥା ହରଗୌରୀ ଯୁବକ ସଙ୍ଘ ସଭାପତି ଶୋଭାକାର ଜାନୀ, ସମାଜ ସେବୀ ନୈରୁତ୍ୱ ଜାନୀ, କଲାରୁଦ୍ର ଯୁବକ ସଙ୍ଘ ସଭାପତି ସନତ କୁମାର ସାହୁ, ଦଳପତି, କମଳ ଲୋଚନ ଧଙ୍ଗଡ଼ା ମାଝୀ, ବିକାଶ କୁମାର ତାଣ୍ଡି, ଜଙ୍ଗଲ ବିକାଶ ଅଧିକାରୀ,ଧିରୋଜ କୁମାର ଦାସ, ମହେଶ୍ୱର ମିଶ୍ର, ଇନ୍ଦ୍ରମଣି ମାଝୀ, କେସିଙ୍ଗା କଶୃପଡା ବନାଞ୍ଚଳ ବନପାଳ ଯଶୋବନ୍ତ ନାଏକ, ବନରକ୍ଷୀ ରୁକ୍ମଣୀ ମାଝୀ, ଜଙ୍ଗଲ ଜଗୁଆଳି ଶ୍ୟାମରାଜ ସାହୁ ଉପସ୍ଥିତ ରହିଥିବାବେଳେ କଲାରୁଦ୍ର ଯୁବକ ସଙ୍ଘର ସମସ୍ତ କର୍ମକର୍ତା ସହଯୋଗ କରିଥିଲେ ।
Report : Nabin Kishor Sahu, Narla A.C. Correspondent OdiaBarta.in






