ଟିଟିଲାଗଡ କୁ ଜିଲ୍ଲା ମାନ୍ୟତା ଦାବି

୭୦ତମ ଦିନରେ ନାରେନ ଗ୍ରାମ ପଞ୍ଚାୟତ ସାମିଲ୍

ଟିଟିଲାଗଡ୯/୧:

Omkar Vasthu
Omkar Vasthu

ଦୀର୍ଘ ଦିନ ଧରି ଟିଟିଲାଗଡ ଜିଲ୍ଲା କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ଟିଟିଲାଗଡ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ଦେବା ନେଇ ସରକାରଙ୍କ ଠାରେ ଦାବି ହୋଇ ଆସୁଥିଲେ ମଧ୍ୟ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନାହିଁ । ଚେଇଁ ଶୋଇଛନ୍ତି ସରକାର । ଟିଟିଲାଗଡର ବିଭିନ୍ନ ଅନୁଷ୍ଠାନ ଗୁଡିକ ଜିଲ୍ଲା ଦାବିକୁ ସମର୍ଥନ କରିଆସୁଥିବା ବେଳେ କିଛି ଦିନ ତଳେ ଟିଟିଲାଗଡ ମାଟିର ସନ୍ତାନ ରଞ୍ଜନ ଖୁଆସ ଟିଟିଲାଗଡରୁ ପଦଯାତ୍ରା କରି ଭୁବନେଶ୍ବର ଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କୁ ଦାବି ଉପସ୍ଥାପନ କରିଥିଲେ । ସମସ୍ତଙ୍କ ଆଶା ଥିଲା ଟିଟିଲାଗଡକୁ ସେହିଦିନ ହିଁ ଜିଲ୍ଲା ମାନ୍ୟତା ମିଳିପାରେ ବୋଲି । ହେଲେ ସେହି ଆଶା ବି ଆଶାରେ ମଉଲି ଯାଇଥିବା ବେଳେ ଟିଟିଲାଗଡ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ଯୋରଦାର ହେବା ସହ ଉଗ୍ରରୂପ ଧାରଣ କରିଛି । ଟିଟିଲାଗଡ ଜିଲ୍ଲା କ୍ରୀୟାନୁଷ୍ଠାନ କମିଟି ଦ୍ଵାରା ହୋଇ ଆସୁଅଥିବା ଜିଲ୍ଲା ମାନ୍ୟତା ଦାବିରେ ଗଣଧାରଣା ୭୦ ଦିନ ରେ ପହଞ୍ଚିଥିବା ବେଳେ ବୁଧବାର ଦିନ ନାରେନ ଗ୍ରାମ ପଞ୍ଚାୟତ ସମର୍ଥନ ଦେଇଥିଲେ ।

Pearl dental clinic
Near Ashish Medical Store, Bhawanipatna

ନାରେନ ଗ୍ରାମ ପଞ୍ଚାୟତ ତରଫରୁ ସରପଞ୍ଚ ଶ୍ରୀଯୁକ୍ତ ଦୟାରାମ ଅଗ୍ରୱାଲ, ନାଏବ ସରପଞ୍ଚ ସବିତା ରଣା, ସମାଜସେବୀ ଥବିର ପୂଜାରୀ, ଆଦର୍ଶ ଯୁବକ ସଂଘ ଓ ବିଜୁ ଯୁବ ବାହିନୀ ସଭାପତି ଶ୍ରୀଯୁକ୍ତ ତପୋବନ୍ତ ପୁଟେଲ,ବିଜୁ ଯୁବ ବାହିନୀ ସମ୍ପାଦକ ଅନିଲ ସ୍ବାଇଁ, ମାଁ ବୀଣାପାଣି ପାଠାଗାର ର ସଭାପତି ଶ୍ରୀଯୁକ୍ତ ମିନିକେତନ ବଗର୍ତ୍ତୀ, ସତ୍ୟାନନ୍ଦ ରଣା, ଭାଗବତ ସ୍ବାଇଁ, ସଞ୍ଜୀବ ସ୍ବାଇଁ, ନୀଳମଣି ଆଡଜୁଆଡ୍, ଗୋପାଳ ସ୍ବାଇଁ, ସେନାରୀ ସୁନାଈ, ଭକ୍ତରାମ ରଣା, ବିକ୍ରମ ରଣା, ମେଟନା ପରାଭୋଇ, ବୈଦେହୀ ସାନ୍ତ, ଲକ୍ଷୀ ସ୍ବାଇଁ, ବିଶାଖା ମାଝୀ, କୈଶଲ୍ୟା ମାଝୀ,ସରୋଜିନୀ ଦୀପ,ଗୌରୀ ଶିକା,ସୁମିତ୍ରା ଦୀପ, ରମା ମହାନନ୍ଦ, ବବି ସ୍ବାଇଁ, ଦମୟନ୍ତୀ ପୂଜାରୀ ପ୍ରମୁଖ ଯୋଗ ଦେଇଥିଲେ ।

Udyog Nursery
Udyogi Nursery

ଆଦର୍ଶ ଯୁବକ ସଂଘର ସଭାପତି ତପବନ୍ତ ପୁଟେଲଙ୍କୁ ଜିଲ୍ଲା ଦାବି ବିଷୟରେ ଆମ ପ୍ରତିନିଧି ପଚାରିବାରୁସେ କହିଥିଲେ ଯେ – ଚଳିତ ବର୍ଷ ହେବାକୁ ଥିବା ନିର୍ବାଚନ ପୁର୍ବରୁ ଯଦି ଟିଟିଲାଗଡ ଉପଖଣ୍ଡ କୁ ସରକାର ଜିଲ୍ଲା ମାନ୍ୟତ ନ ଦିଅନ୍ତି ତେବେ ଭୋଟ ବର୍ଜନ କରାଯିବା ସହିତ ସମସ୍ତ ମନ୍ତ୍ରୀ, ସାଂସଦ ତଥା ବିଧାୟକ/ବିଧାୟିକା ମାନଙ୍କୁ କୌଣସି ପ୍ରକାର ପ୍ରଚାର ଓ ପ୍ରସାର କରେଇ ଦିଆଯିବ ନାହିଁ ।

ଟିଟିଲାଗଡ ରୁ ଭିଷ୍ମସେନ୍ ମହାକୁର ଙ୍କରିପୋର୍ଟ Odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.