ଜୟ ଜୟ ଜଗନ୍ନାଥ ଜଗତ କାରଣ । ଜୟ ନୀଳଗିରିବାସୀ ଭକତ ଜୀବନ ।।
ଭକତଙ୍କ ହିତେ ହସ୍ତେ ଚକ୍ର ଧର ସଦା ।
ତାଙ୍କର ଅଭିଷ୍ଟ ପ୍ରଭୁ କରିଦିଅ ପଦା ।।
ତୁମ୍ଭେ କରୁଣା ନକଲେ ହେ କରୁଣାସିନ୍ଧୁ ।
ତରି ନ ପାରନ୍ତି ନରେ ଏହି ଭବବନ୍ଧୁ ।।
ଆହେପ୍ରଭୁ ଜଗନ୍ନାଥ ! କିଦୟା ଭକତେ ।
ସର୍ବଦା ଅନାଇ ଥାଅ ତାଙ୍କୁ କୃପା ନେତ୍ରେ ।।
ମୁଁ ତୁମ୍ଭ ପଦକିଙ୍କର ହେ ନୀଳାଦ୍ରୀ ନାଥ ।
ତୁମ୍ଭ ବିନୁ ଆଶ୍ରା କେହି ନାହିଁ ମୁଁ ଅର୍କ୍ଷିତ ।।
ସାରଳା ଦାସ ମୋ’ ନାମ ତବ ଭାବି ଭାବି ।
ଭାରତ ରଚନା କରି ବୋଲାଉଛି କବି ।।