ଚନ୍ଦନପୁର ଗାଁରେ ଅସହ୍ୟ ହେଉଛି ଜଳ କଷ୍ଟ : ସମସ୍ୟାର ସମାଧାନ କରିବାକୁ ଉଠିଲା ଦାବି

ଲାଞ୍ଜିଗଡ଼,୨୩/୬: ଲାଞ୍ଜିଗଡ଼ ବ୍ଲକ ଚମ୍ପାଦେଇପୁର ପଞ୍ଚାୟତର ଚନ୍ଦନପୁର ଗ୍ରାମରେ ଜଳକଷ୍ଟ ଦେଖାଦେଇଛି। ଆଜିକି ବର୍ଷେ ହେଲା ୩ ଗୋଟି ନଳକୂପ ଅଚଳ ହୋଇଥିବାରୁ ଲୋକେ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି। ଗ୍ରାମରେ ଏକ ନଳକୂପରେ ସୋଲାର ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ପାଣି ଟାଙ୍କି ବସା ଯାଇଥିଲା। ହେଲେ ପୂର୍ବରୁ ବ୍ୟବହାର କରୁଥିବା ଏହି ନଳକୂପରେ ପାଣିମୋଟର ସଂଯୋଗ ହୋଇ ପାରିଲା ନାହିଁ। ଯାହା ଫଳରେ ପୂର୍ବରୁ ବ୍ୟବହାର କରୁଥିବା ନଳକୂପ ଓ ସୋଲାର ପାଣି ଟାଙ୍କି ବର୍ତ୍ତମାନ ଅଚଳ ଅବସ୍ଥାରେ ପଡିରହିଛି। ଅନ୍ୟଟି ମଧ୍ୟ ୨ ବର୍ଷ ହେଲା ଅଚଳ ଥିବା ବେଳେ ଆଉ ଗୋଟିକରେ ୫ବର୍ଷ ହେଲା ବର୍ଷା ଦିନରେ ଗୋବର ପାଣି ବାହାରୁ ଥିବା ଯୋଗୁଁ ପାନୀୟ ଜଳ ପାଇଁ ସମ୍ଭବ ହେଉନାହିଁ ବୋଲି ଗାଁ ଲୋକେ କହୁଛନ୍ତି। ଯାହା ଫଳରେ ଗ୍ରାମରେ ଥିବା ୪ ଗୋଟି ନଳକୂପ ମଧ୍ୟରୁ ୩ ଟି ପାନୀୟ ଜଳ ପାଇଁ ସମ୍ଭବ ହୋଇ ନଥିବା ବେଳେ ଗୋଟିଏ ନଳକୂପରେ ସାଢ଼େ ୪ ଶହରୁ ଅଧିକ ଲୋକ ପାନୀୟ ଜଳ ବ୍ୟବହାର କରୁଥିବା ବେଳେ ଘଣ୍ଟା ଘଣ୍ଟା ଅପେକ୍ଷା କରି ହଇରାଣ ହେଉଛନ୍ତି ବୋଲି ଚନ୍ଧନପୁର ଶିବରାମ ଯୁବକ ସଂଘର କର୍ମକର୍ତ୍ତା ଦେବରାଜ ପାତ୍ର, ହିତେଶ କୁମାର ପ୍ରଧାନୀ, ଭାସ୍କର ପ୍ରଧାନୀ, ଗଣେଶ ପାତ୍ର, ମାଧବ ପ୍ରଧାନୀ, ପର୍ଶୁରାମ ପାତ୍ର, ଧୀରେନ୍ଦ୍ର ପ୍ରଧାନୀ ଓ ଗ୍ରାମବାସୀମାନେ ଗଣମାଧ୍ୟମ ପ୍ରତିନିଧି ଆଗରେ ଅଭିଯୋଗ କରିଛନ୍ତି। ବାରମ୍ବାର ଏହି ଜଳ ଯୋଗାଣକୁ ନେଇ ପଞ୍ଚାୟତ ଓ ବ୍ଲକ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିବା ଚନ୍ଧନପୁର ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏନେଇ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇ. ଫକୀର ମୋହନ ମାଝୀଙ୍କୁ ପଚାରିବାରୁ ବ୍ଲକ ପ୍ରଶାସନଙ୍କୁ କହି ଅତିଶୀଘ୍ର ଏହାର ସମାଧାନ କରିବି ବୋଲି ପ୍ରକାଶ କରିଥିଲେ। ଏହି ଯାନ୍ତ୍ରିକ ତ୍ରୁଟିକୁ ନ ସଜାଡ଼ିଲେ ବର୍ଷା ଦିନରେ ପାନୀୟ ଜଳର ସଙ୍କଟ ଆଶଙ୍କା ରହିଛି। ଏଥିପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Omkar Vasthu
Omkar Vasthu

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.