ଆହେ ପ୍ରଭୁ କଳାଶ୍ରୀମୁଖ !
ତୁମ୍ଭ ରଥଯାତ୍ରା ଦେଖି ନ ପାରିଲି,
ଦେବାରୁ ଦାରୁଣ ଦୁଃଖ ।।
କେତେ କେତେ ମହା ଭକତମାନଙ୍କୁ,
କଢାଇ ନେଇଛ ପଥ ।
ମୋତେ ଏତେବେଳେ ଏକା କରାଇଲ,
ଦେଖିବାକୁ ଅସମର୍ଥ ।।
ଯେବେ ନିକଟକୁ ନ ନେଲ ଗୋସାଇଁ
ମନେ କେଉଁ କଥା ପାଞ୍ଚି ।
ଏଇଠାରେ ତୁମ ରଥ ମୁଁ କରିବି
ଆସିବ ନା ତୁମେ ଘୁଞ୍ଚି ।।
ଦେଖାଯାଉ ଭଲା ହଟିଆ ନାଗର,
କେତେ ଲଗାଇବୁ ହଟ ।
ନିଶ୍ଚୟ କରିବି ଛତିଆ ଗ୍ରାମରେ
ତୋହର କଳପବଟ ।।
କାଳକାଳକୁ ଏ କଥା ରୁହାଇବି,
ଦେଖିବେ ସଂସାର ଜନେ ।
ହାଡିଆ କମାର ଅଣ୍ଟା କି ଭାଜିବ,
ଶ୍ରୀହରି ବୋଲି ବଦନେ ।।