ବର୍ଷାରେ ଭିଜୁଛି ମଣ୍ଡିରେ ପଡି ରହିଥିବା ହଜାର ହଜାର କୁଇଣ୍ଟାଲ ଧାନ

ଜୁନାଗଡ଼,୨୩/୬: ଜୁନାଗଡ଼ ବ୍ଲକର କଲେଇଗାଁ, ନନ୍ଦୋଳ, ଆଟି ଗାଁ, ଜୁନାଗଡ଼, ଦାସିଗାଁ, ମୁଣ୍ଡରଗୁଡା, ହାବସପୁର, ଚକୁଳି, ଚାରବହଲ, ମହିଚଲା, ନକଟିଗୁଡା, ଚିଚେଇଗୁଡା, ଛୋରିଆଗଡ ଆଦି ମଣ୍ଡିରେ ଧାନ ପଡ଼ିରହିଛି । ସ୍ଥାନୀୟ ଆରଏମସିର ବେପରୁଆ ମନୋଭାବ, ପେକ୍ସ ଓ ମିଲରଙ୍କ ମଧୁଚନ୍ଦ୍ରିକା ସମସ୍ୟାକୁ ଦ୍ବିଗୁଣିତ କରୁଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି ।

ଲଗାଣ ବର୍ଷା ଯୋଗୁଁ ଧାନ ଓଦା ହେବା ଦର୍ଶାଇ ୫ରୁ ୭ କେଜି କଟନୀ ହେଉଥିବା ଅଭିଯୋଗ ହେଉଛି । ଖରିଫ ଧାନ ଚାଷ କାମ କରିବାକୁ ଚେଷ୍ଟା କରୁଥିବା ଚାଷୀ ଅଦ୍ୟାବଧି ମଧ୍ୟ୍ୟ ଧାନ ବିକ୍ରି କରି ପାରି ନ ଥିବାରୁ ଅନେକ ସମସ୍ୟାର ସମ୍ମୁଖିନ ହେଉଛି । ରବିଧାନ ବିକ୍ରୀ, ଧାନ ବିକ୍ରି ପ୍ରାପ୍ୟ, ଆଦି ସମସ୍ୟାର ଆସୁ ସମାଧାନ ପାଇଁ ପ୍ରଶାସନ ଯୁଦ୍ଧ କାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ଦାବି ହେଉଛି ।

ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.