କୂପରୁ ଶବ ଉଦ୍ଧାର : ହତ୍ୟା ସଂଦେହ

ଧର୍ମଗଡ,୨୩/୬: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ଥାନା ପଦ୍ମପୁର ଗାଁର ଏକ କୂପରେ ଜଣେ ଲୋକଙ୍କ ମୃତ ଶରୀର ଭାସୁଥିବା ଦେଖିବାକୁ ମିଳିଛି । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ସେହି ଗ୍ରାମର ପୂର୍ଣ୍ଣ ଶବର (୩୮) । ପ୍ରାପ୍ତ ସୂଚନା ଆଧାରରେ ସେ କେଗାଁ ଆସି ବ୍ୟାଙ୍କରୁ ଟଙ୍କା ଉଠଣ କରି ଯାଇ ଥିବା ବେଳେ ସେଠାରୁ ସେ ଘରକୁ ଫେରି ନଥିଲେ । ପରିବାରବର୍ଗ ବହୁତ ଖୋଜା ଖୋଜି କଲେ ହେଲେ ପାଇଲେ ନାହିଁ । ତେ

ଗତକାଲି ଜଗବନ୍ଧୁ ଶବରଙ୍କ କୂପ ଭିତରେ ଶବ ଦେଖି ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦିଆ ଯାଇଥିଲା । ପୋଲିସ ପହଞ୍ଚିଲା ବେଳକୁ ସନ୍ଧ୍ୟା ଛଅ ଟା ହୋଇଯାଇଥିଲା ତେଣୁ କୂପରୁ ଶବ ଉଦ୍ଧାର ହୋଇପାରି ନଥିଲା । ଆଜି ସକାଳୁ କେଗାଁ ଥାନା ଅଧିକାରୀ ଗୁଣନିଧି ସାହୁ ଅଗ୍ନିଶମ ବାହିନୀ ଓ ସନ୍ଧାନୀ କୁକୁର ସହ ଘଟଣା ସ୍ଥଳକୁ ଯାଇ କୂପ ଭିତରୁ ମୃତ ଶରୀର ଉଦ୍ଧାର କରିଥିଲେ । ଶବକୁ ବ୍ୟବଚ୍ଛେଦ ପାଇଁ ଧର୍ମଗଡ଼ ଡାକ୍ତର ଖାନା ପଠାଯାଇଥିବା ଜଣାପଡିଛି । ଅନ୍ୟପଟେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ମୃତକଙ୍କ ସ୍ତ୍ରୀ ଓ ପୁଅ ଅଭିଯୋଗ ଆଣିଛନ୍ତି ।

ଧର୍ମଗଡ ଉପଖଣ୍ଡ ପ୍ରତିନିଧି ଲବଣି ରାଉତଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.