ମ.ରାମପୁର ତହସିଲ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ଭାବେ ସମାପନ ହେଲା ରଥଯାତ୍ରା ନୀତିକାନ୍ତି

● ଆସନ୍ତାକାଲି କାରୁଣ୍ଡ ଶ୍ରୀକ୍ଷେତ୍ର ଅଂଚଳରେ ୧୪୪ ଧାରା

କଳାହାଣ୍ଡି,୨୩/୬: ଆଜି ହେଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ପୁରୀକୁ ବାଦଦେଇ ଅନ୍ୟସମସ୍ତ ଜଗନ୍ନାଥ ମନ୍ଦିରରେ କେବଳ ରଥଯାତ୍ରା ନୀତିକାନ୍ତି ସମ୍ପନ୍ନ ହେଇଛି । ସେହି କ୍ରମରେ କଳାହାଣ୍ଡି ଜିଲ୍ଲା ମ.ରାମପୁର ତହସିଲ ଅଂଚଳରେ ମଧ୍ୟ ବିଭିନ୍ନ ଜଗନ୍ନାଥ ମନ୍ଦିର ଯଥା ମ.ରାମପୁର, ନୁନପୁର, କଢେଲ, ବାଙ୍କେଲ, ବମକ, ବାରବନ୍ଧା, ମଦନପୁର, ଜୁରାଖମନ, ଟୁର୍ଚ୍ଚି, ମୋହନଗିରୀ, ମାଣିକେରା, ଗୋଚ୍ଛାଡ଼େଙ୍ଗେନ ଭଳି ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଶାନ୍ତିପୂର୍ଣ୍ଣ ଭାବରେ ରଥଯାତ୍ର୍ରା ନୀତିକାନ୍ତି ସମାପନ ହେଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ମନ୍ଦିର କମିଟର ସଂପାଦକ ପ୍ରକାଶ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ମ.ରାମପୁର ଜଗନ୍ନାଥ ମନ୍ଦିରରେ ପୂଜକ ଅଶୋକ ତ୍ରିପାଠୀଙ୍କ ସମେତ ପୁଷ୍ପେନ୍ଦ୍ର ସିଂହଦେଓ, ପ୍ରଶାନ୍ତ ସାମନ୍ତରା, ଉଦ୍ଧବ ପଣ୍ଡା, ମଳୟ ତ୍ରିପାଠୀ, ତ୍ରିଲୋଚନ ଦାଶ, ଯୁଗଳ କିଶୋର ପ୍ରହରାଜ, କେଦାର ମହାରଣା, କୃଷ୍ଣ ଚନ୍ଦ୍ର ସାହୁ, ସୁରେନ୍ଦ୍ର ସାହୁ, ଦୀପକ ସାହୁ, ପୁଷ୍ପେନ୍ଦ୍ର ସାହୁ, ସୁବାସ ଚନ୍ଦ୍ର ପଣ୍ଡା, ରାଜାଙ୍କ ପ୍ରତିନିଧି ନିଖିଳେନ୍ଦ୍ର ପ୍ରତାପ ସିଂହଦେଓ ଛେରା ପହଁରା କରିଥିବା ବେଳେ ଅନ୍ୟ ସମସ୍ତ ଜଗନ୍ନାଥ ମନ୍ଦିରରେ ମଧ୍ୟ କେବଳ ସେବାୟତଙ୍କ ଦ୍ୱାରା ମନ୍ଦିରରେ ଜଗନ୍ନାଥଙ୍କ ନୀତିକାନ୍ତି ସମାପନ ହେଇଥିଲା ।

Udyog Nursery
Udyogi Nursery

ମ.ରାମପୁର ତହସିଲଦାର ସୟଦ ଇସାକ ମଦିନା ଓ ମ.ରାମପୁର ଥାନାଧିକାରୀ ସମସ୍ତ ମନ୍ଦିରର ଶାନ୍ତି ଶୃଙ୍ଖଳା ସହିତ ଜଗନ୍ନାଥ ମନ୍ଦିର ଥିବା ଗାଁ ଓ ଆଖପାଖ ଗାଁ ଗୁଡ଼ିକରେ ୧୪୪ ଧାରା ଲାଗୁକରିବା ସହିତ ଛେରାପହଁରା ଏବଂ ବାହୁଡ଼ା ଯାତ୍ରା ଦିନ ମଧ୍ୟ ସଂପୃକ୍ତ ଗ୍ରାମ ଗୁଡ଼ିକରେ ୧୪୪ ଧାରା ଲାଗୁ ହେବ ବୋଲି ତହସିଲଦାର ଶ୍ରୀ ମଦିନା ସୂଚନା ପ୍ରଦାନ କରିଛନ୍ତି । ତେବେ ଗୋଟିଏ ଦିନପରେ କାରୁଣ୍ଡ ଶ୍ରୀକ୍ଷେତ୍ର୍ରରେ ରଥଯାତ୍ରା ଅନୁଷ୍ଠିତ ହେଇଆସୁଥିବା କାରଣରୁ ଆସନ୍ତାକାଲି କାରୁଣ୍ଡ ଶ୍ରୀକ୍ଷେତ୍ର(କଢେଳ)ଅଂଚଳରେ ୧୪୪ ଧାରା ଲାଗୁ କରାଯିବ ବୋଲି ପ୍ରଶାସନ ତରଫରୁ ତହସିଲଦାର ସୂଚନା ପ୍ରଦାନ କରିଛନ୍ତି । ସମସ୍ତ ମନ୍ଦିରରେ ଆଜିର ରଥଯାତ୍ରା ନୀତିକାନ୍ତି ଶାନ୍ତିପୂର୍ଣ୍ଣ ଭାବରେ ସମାପନ ହେଇଛି ।

କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.