ମହିଳା ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁଙ୍କ ଦ୍ଵାରା ଉଦଘାଟିତ ହେଲା ରକ୍ତଦାନ ଶିବିର
ବଲାଙ୍ଗିର/ଟିଟିଲାଗଡ,୨୫/୬ : ବଲାଙ୍ଗିର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନେତୃତ୍ୱରେ ଟିଟିଲାଗଡ ପୋଲିସ ପକ୍ଷରୁ ମୋ ସରକାର ଯୋଜନାରେ ଆଜି ଏକ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ ଉପସ୍ଥିତ ହୋଇ ରକ୍ତ ଦାନ ଶିବିରକୁ ଉଦଘାଟନ କରିଥିଲେ। ଏହି ଶିବିରରେ ଟିଟିଲାଗଡ ଥାନାଧିକାରୀ ମନୋଜ ମୁଣ୍ଡାଙ୍କ ସହିତ ଅନେକ ପୋଲିସ କର୍ମଚାରୀ, ହୋମ ଗାର୍ଡ ମଧ୍ୟ ରକ୍ତ ଦାନ କରିଥିଲେ। ଏଥିରେ ଟିଟିଲାଗଡ ଡିଏସପି ଏସ୍ଏନ୍ ଶତପଥୀ, ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତି, ଟିଟିଲାଗଡ ସରକାରୀ ଡାକ୍ତରଖାନା ରକ୍ତ ଭଣ୍ଡାର ର ସଦସ୍ୟ, କୋଶଳ ରକ୍ତ ଭଣ୍ଡାରର ସଦସ୍ୟ, ରେଡ୍ କ୍ରସର ସଦସ୍ୟ , ଟିଟିଲାଗଡ ଅଞ୍ଚଳର ବିଭିନ୍ନ ପଞ୍ଚାୟତର ସରପଞ୍ଚ , ୱାର୍ଡ ମେମ୍ବର ଆଦି ଉପସ୍ଥିତ ଥିଲେ। ତଥ୍ୟ ସଂଗ୍ରହ ହେବା ପର୍ଯ୍ୟନ୍ତ ପ୍ରାୟ ୩୫୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇ ସାରିଥିଲା। ଏହି ମେଗା ରକ୍ତ ଦାନ ଶିବିରରେ ଟିଟିଲାଗଡର ଅନେକ ନାଗରିକ ରକ୍ତ ଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି। ମନ୍ତ୍ରୀ ଶ୍ରୀମତୀ ସାହୁ ରକ୍ତ ଦାତା ମାନଙ୍କୁ ସମ୍ମାନ ପତ୍ର ଦେଇ ସମ୍ବୋଧିତ କରିଥିଲେ।
ବଲାଙ୍ଗିର ଜିଲ୍ଲା ପ୍ରତିନିଧି ଗୋକୁଳାନନ୍ଦ ବଗର୍ତ୍ତିଙ୍କ ରିପୋର୍ଟ OdiaBarta.in






