ବେଧଡକ ଗଛ କାଟୁଛନ୍ତି କାଠ ମାଫିଆ : ଜଙ୍ଗଲ ବିଭାଗର କାର୍ଯ୍ୟଧାରା ଉପରେ ଉଠିଲା ପ୍ରଶ୍ନବାଚୀ

ସଇଁତଲା,୨୬/୬: ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ ଉପରେ ଗୁରୁତ୍ୱ ଦିଆଯାଉ ଥିବା ବେଳେ ବଲାଙ୍ଗିର ଜିଲ୍ଲା ଧରପଗଡ଼ ଗ୍ରାମପଞ୍ଚାୟତ ଜାମଖୁଣ୍ଟା ସ୍ଥିତ ଭେରୁମାଲ ହାଇସ୍କୁଲ ପଡିଆ ନିକଟରେ ଥିବା ଜଙ୍ଗଲରୁ ଅନେକ ମୂଳବାନ ଗଛକୁ ବେଆଇନ ଭାବରେ କଟା ଯାଉଥିବା ଅଭିଯୋଗ ହୋଇଛି । ଲକ୍ଷାଧିକ ଟଙ୍କାର ସାଗୁଆନ ଗଛ କଟା ଯାଉଥିବା ବେଳେ ବନ ବିଭାଗ କାଠ ମାଫିଆଙ୍କୁ ଧରି ପାରୁନାହିଁ । ତେଣୁ ବିଭାଗର କାର୍ଯ୍ୟଧାରା ଉପରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଗତ ଦୁଇ ତିନି ଦିନ ହେବ ବେଧଡ଼କ ଭାବରେ ଏକ ବଡ଼ ସାଗୁଆନ ଗଛ କଟା ହୋଇଥିବା ଦେଖିବାକୁ ମିଳିଛି । ତେବେ ଦିନ କି ଦୁଇ ଦିନର କଥା ନୁହଁ ଏଭଳି ଭାବରେ ବହୁ ଦିନ ହେଲାଣି ଗଛ ମାଫିଆ ମାନେ ଗଛ କାଟି ବନ ବିଭାଗର ସଲାସୁତୁରା ଥିବା ବେଳେ କାହାକୁ ଭୟ ନକରି ଜଙ୍ଗଲକୁ ନଷ୍ଟ କରିବାରେ ଲାଗି ପଡିଛନ୍ତି ବୋଲି ସ୍ଥାନୀୟ ଅଧିବାସୀମାନେ ପ୍ରକାଶ କରିଛନ୍ତି । ଏପଟେ ବେଆଇନ ଭାବେ ଗଛ କଟା ଯାଉଥିବା ନେଇ ଅଞ୍ଚଳରେ ଅସନ୍ତୋଷର ବାତାବରଣ ଦେଖାଯାଇଛି ।

ରାଜ୍ୟ ସରକାର ବନ ବିଭାଗ ପାଇଁ ପ୍ରତ୍ୟେକ ବର୍ଷ କୋଟି କୋଟି ଟଙ୍କାର ବନିକରଣ କରୁଥିବା ବେଳେ କାଠ ମାଫିଆ ଓ ବନ ବିଭାଗର କେତେକ ଅସାଧୁ କର୍ମଚାରୀଙ୍କ ପାଇଁ ଜଙ୍ଗଲ ପଦା ହେବାକୁ ଲାଗିଛି । ଏ ସମ୍ପର୍କରେ ବଡ଼ମାଲ ବନବିଭାଗ କର୍ମଚାରୀ ଭବାନୀ ସ୍ୱାଇଁଙ୍କୁ ପଚାରିବାରୁ ଘଟଣା ସ୍ଥଳକୁ ଯାଇ ତଦନ୍ତ କରି ଗଛକାଟୁ ଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।

ସଇଁତଲା ପ୍ରତିନିଧି ଅବିନାଶ ନନ୍ଦଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.