ଲଣ୍ଡା ହେବାକୁ ଯାଉଛି କେଳିଆ ସଂରକ୍ଷିତ ଜଙ୍ଗଲ

ବିଭାଗ ନିଦାବିଷ୍ଣୁ : ଜଙ୍ଗଲ କ୍ଷୟ ରୋକିବାକୁ ଉଠିଲା ଦାବି

ଜୁନାଗଡ଼,୨୬/୬: କଳାହାଂଡି ଦକ୍ଷିଣ ବନଖଣ୍ଡ ଅନ୍ତଗର୍ତ ଧର୍ମଗଡ଼ ରେଞ୍ଜ ର କେଳିଆ ସଂରକ୍ଷିତ ଜଙ୍ଗଲ ଲଣ୍ଡା ହେବାକୁ ଯାଉଛି । ଶହ ଶହ ଏକର ପରିମିତ ଏହି ଜଙ୍ଗଲ ଘଞ୍ଚ ଯୋଗୁଁ ଏକଦା ଏହି ଅଞ୍ଚଳ ଦେଇ ଲୋକେ ଯିବା ଆସିବା କରବାକୁ ଭୟ କରୁ ଥିଲେ । ଘଞ୍ଚ ଜଙ୍ଗଲ ଯୋଗୁଁ ଏହା ଚୋର, ତସ୍କର ମାନଙ୍କ ଆଡ୍ଡା ପାଲଟିଥିଲା । ବର୍ଷ ବର୍ଷ ଧରି ଏହି ଜଙ୍ଗଲରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବନୀକରଣ କରାଯାଉଛି ।

କିନ୍ତୁ ଜଙ୍ଗଲ ମାଫିଆ ଗଛ ପଦା କରୁଥିବା ବେଳେ ବିଭାଗୀୟ କର୍ମଚାରୀଙ୍କ ଉଦାସୀନତା ଯୋଗୁଁ ଏହି ଜଙ୍ଗଲ ବ୍ୟାପକ ଭାବେ ନଷ୍ଟ ହେଉଛି । ସମ୍ପୃକ୍ତ ବିଭାଗୀୟ ଅଧିକାରୀ, କର୍ମଚାରୀମାନେ ଜଙ୍ଗଲ କ୍ଷୟ ରୋକିବାକୁ ସାଧାରଣରେ ଦାବି ହେଉଛି ।

ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.