କବିତା : ଏବେ ଟିକେ ନୀରବ ରହିଲେ ହୁଅନ୍ତା

ସଞ୍ଜିତା ଦ୍ବିବେଦୀ

ମୋର ଏ ଟିକି ମନରେ ମୁଁ ଭାବୁଛି
ଏବେ ଟିକେ ନୀରବ ରହିଲେ ଭଲ ହୁଅନ୍ତା
ଅନେକ ଶ୍ରାବଣ ମୋତେ ଓଦା କରିସାରିଲେଣି
ଏବେ ଫଗୁଣ ରେ ରଙ୍ଗୀନ ହେଲେ କେମିତି ହୁଅନ୍ତା ?
ଏବେ ମୁଁ ଶୂନ୍ୟ ଆକାଶ କୁ ଦେଖି ଭାବୁଛି
ଶୁନ୍ୟ ରେ ଘର ତୋଲିବି
ହେଲେ ତୋଳିବା ତ ଅସମ୍ଭବ
ଟିକେ ନୀରବ ରହିଲେ ହୁଅନ୍ତା

ଏଇ ପାହାଡ଼ ରୁ ଝରୁଥିବା ଝରଣା କୁ ଦେଖି
ଇଚ୍ଛା ହୁଏ ପ୍ରେମିକା ରୂପରେ ରଙ୍ଗୀନ କରିବାକୁ
ହେଲେ ହେବ ବା କେମିତି
ତେଣୁ ନୀରବ ରହିଲେ ଭଲ ହୁଅନ୍ତା ।
ଜହ୍ନ କୁ ତୋଳିବାକୁ ପାଖେ ପାଇବାକୁ ଇଚ୍ଛା
ହେଲେ ସେ କଣ ଧରା ଦେବ
ତେଣୁ ନୀରବ ରହିଲେ ଭଲ ହୁଅନ୍ତା
ନୀରବ ରହିଲେ ଭଲ ହୁଅନ୍ତା ।

ପାଲଲହାଡ଼ା, ଅନୁଗୋଳ

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.