ବାଇକ୍ ଦୁର୍ଘଟଣା, ୩ ଗୁରୁତର

କୋକସରା,୧୧/୭: କୋକସରା ବ୍ଲକ ଡ଼ଙ୍ଗରିଗୁଡା ଛକ ଜାତୀୟ ରାଜପଥ ନମ୍ବର ୨୬ ବୁଲାଣି ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ହେବାରୁ ୩ ଜଣ ଯୁବକ ଗୁରୁତର ହେବା ସହ ଚେତାଶୂନ୍ୟ ହୋଇ ରାତି ତମାମ ପଡି ରହିଥିଲେ । ସକାଳ ହେବାରୁ ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ଗୁରୁତର ଯୁବକ ଙ୍କୁ ୧୦୮ ଆମ୍ବୁଲାନ୍ସ ଡାକି କୋକସରା ସ୍ୱାସ୍ଥ କେନ୍ଦ୍ରରେ ଭର୍ତ୍ତି କରିଥିଲେ ଓ ମୋଟେର ଫାଣ୍ଡି ପୋଲିସକୁ ଖବର ଦେଇଥିଲେ । ଦୁର୍ଘଟଣା ହୋଇଥିବା ୩ ଯୁବକ ହେଲେ ଭବାନୀପାଟଣାର ଶୁଭମ ଦାସ (୨୨), ଅଭିମନ୍ୟୁ ସହୁ (୨୨) ଓ ଜଗନ୍ନାଥ ବାଗ (୨୦) ବୋଲି ଜଣାପଡିଛି । ସେମାନେ କୌଣସି କାମରେ ଆସି ଭବାନୀପାଟଣା ଫେରୁଥିବାବେଳେ ଡଙ୍ଗରୀଗୁଡା ଛକ ବୁଲାଣି ରେ ଦୁର୍ଘଟଣାର ଶିକାର ହୋଇଥିଲେ । କୋକସରା ସ୍ୱାସ୍ଥ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ୩ ଗୁରୁତର ଯୁବକଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି । ଏନେଇ କୋକସରା ଥାନା କେଶ୍ ନଂ ୧୮୦/୨୦ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ଥାନା ଅଧିକାରୀ ବାସୁଦେବ ଛତ୍ରିଆ ସୂଚନା ଦେଇଛନ୍ତି ।

କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.