୨ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ, ରାୟଗଡ ଜିଲ୍ଳାରେ ୧୪୧ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ରାୟଗଡ,୧୨/୭ : ରବିବାର ଦିନ ରାଜ୍ୟରେ ୫୯୫ଜଣ ନୂଆ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିରେ ୩୯୪ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୨୦୧ଜଣ ସ୍ଥାନୀୟ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଏଥିରେ ରାୟଗଡ ଜିଲ୍ଳାର ୨ଜଣ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ଦୁଇଜଣଙ୍କ ମଧ୍ୟରେ ରାୟଗଡ ସହରର ଜଣେ ୭୨ବର୍ଷିୟ ପୁୁରୁଷ ରହିଥିବା ବେଳେ ଅନ୍ୟ ଜଣେ ଗୁଡାରୀ ବ୍ଳକର ଗୈାଡ ଢେପାଗୁଡା ଗ୍ରାମର ୬୦ବର୍ଷିୟ ମହିଳା ବୋଲି ଜିଲ୍ଳା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ (ସିଡିଏମଓ)ଡାକ୍ତର ଆର୍ତବନ୍ଧୁ ନାୟକ ସୂଚନା ଦେଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ରାୟଗଡ ସହରର ରାୟଗଡ କଲେଜ ରାସ୍ତାର ଓଏମପି ନିକଟସ୍ଥ କତୁରୁ ଛକ ଠାରେ ରହୁଥିବା ଜେକେ କାଗଜ କଳର ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଗତ କିଛି ଦିନ ତଳେ ମୂତ୍ର ରୋଗକୁ ନେଇ ପୀଡିତ ଥିବା ବେଳେ ତାଙ୍କ ଦେହରେ କରୋନା ଲକ୍ଷଣ ଦେଖାଦେବାରୁ ତାଙ୍କୁ ପ୍ରଥମେ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିଲା । ପରେ ତାଙ୍କୁ କୋରାପୁଟ ଓ ସେଠାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ସୋମ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କ ସ୍ୱାବ ପରୀକ୍ଷା ପରେ ତାହା ପଜିଟିଭ୍ ବାହାରିଥିଲା । ସେହିପରି ଚିହ୍ନଟ ହୋଇଥିବା ୬୦ବର୍ଷିୟ ମହିଳା ଜଣଙ୍କ ଡ୍ରେଡେଡ୍ କ୍ୟାନସର ରୋଗରେ ଗୁରୁତର ଭାବେ ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କୁ ମଧ୍ୟ ସୋମ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା ।ସେଠାରେ ତାଙ୍କ ସ୍ୱାବ ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଥିବା ନେଇ ସିଡିଏମଓ ଶ୍ରୀ ନାୟକ ସୂଚନା ଦେଇଛନ୍ତି ।

Udyog Nursery
Udyogi Nursery

ଅପରପକ୍ଷେ ଜିଲ୍ଳା ପ୍ରଶାସନ ତରଫରୁ ରାୟଗଡ ସହରର କତୁରୁ ଛକ ଓ ଗୈାଡ ଢେପାଗୁଡା ଗ୍ରାମରେ ପଜିଟିଭ ରୋଗୀଙ୍କ ଘର ଅଂଚଳରେ କନଟେଂଟମେଂଟ ଜୋନ ଘୋଷଣା କରାଯାଇଛି । ସେହିପରି ଜିଲ୍ଳାରେ ୧୪୧ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୧୨୩ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭ଜଣ ଚିକିତ୍ସିତ ହେଉଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.