୪ର୍ଥ ବାଟାଲିୟନ ସିଆରପିଏଫ ତରଫରୁ ବନ ମହୋତ୍ସବରେ ବୃକ୍ଷରୋପଣ

ରାୟଗଡ ଜିଲ୍ଳାରେ ୧୨ହଜାର ବୃକ୍ଷରୋପଣ କରାଯିବକମାଣ୍ଡଡେଂଟ ଶ୍ରୀ ରାଜପୁତ

ରାୟଗଡ,୧୨/୭: ମାଓ ପ୍ରବଣ ରାୟଗଡ ଜିଲ୍ଳାର ସଦର ମହକୁମା ଠାରେ ଥିବା ୪ର୍ଥ ବାଟାଲିୟନ କେନ୍ଦ୍ରୀୟ ରିଜର୍ବ ପୋଲିସ ସୁରକ୍ଷା ବଳ (ସିଆରପିଏଫ) ତରଫରୁ ରାୟଗଡ ସହରର ସ୍ଥାନୀୟ ପୋଲିସ ଆରଆଇ କାର୍ଯ୍ୟାଳୟ ଅଂଚଳରେ ବହୁଳ ଭାବେ ବୃକ୍ଷରୋପଣ କରାଯାଇଛି । ଏଥିରେ ରାୟଗଡ ବନ ବିଭାଗ ମଧ୍ୟ ସାମିଲ ହୋଇଥିଲେ ।

୪ର୍ଥ ବାଟାଲିୟନ କମାଣ୍ଡଡେଂଟ ୱାଇ.କେ. ରାଜପୁତଙ୍କ ସହ ସେକେଣ୍ଡ-ଇନ-କମାଣ୍ଡଡେଂଟ ଏସ.କେ.ଠାକୁର, ଶ୍ରୀମତି ମିତୁ ରଏ, ଡେପୁଟି କମାଣ୍ଡଡେଂଟ ସନ୍ତୋଷ କୁମାର, ଅଶୋକ ପିଏମଙ୍କ ସମେତ ଅନ୍ୟ ପଦାଧିକାରୀ ଓ ଯବାନମାନେ ଉପସ୍ଥିତ ରହି ସମୂହ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

ସେହିପରି ରାୟଗଡ ବନଖଣ୍ଡୀୟ ଅଧିକାରୀ (ଡିଏଫଓ)ଅଶ୍ୱିନ କୁମାର କର ଯୋଗ ଦେଇଥିବା ବେଳେ କମାଣ୍ଡଡେଂଟ ଶ୍ରୀ ରାଜପୁତ ଓ ଡିଏଫଓ ଶ୍ରୀ କର ଜନସାଧାରଣ ଏବଂ ଯବାନମାନଙ୍କ ଉଦ୍ଦେଶ୍ୟରେ ବୃକ୍ଷରୋପଣର ଆବଶ୍ୟକତା ସମ୍ବନ୍ଧରେ ଆଲୋକପାତ କରାଇଥିଲେ । 

କେନ୍ଦ୍ର ଗୃହମନ୍ତ୍ରୀ ରବିବାର ଦିନ ଗୁରୁଗାଓଁରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ବେଳେ ତାଙ୍କର ଏହି ମହତ କାମରୁ ପ୍ରେରଣା ନେଇ ଦେଶର ବିଭିନ୍ନ ସ୍ଥାନରେ ମୁତୟନ ହୋଇଥିବା ସିଆରପିଏଫ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି ମର୍ମରେ ବନ ବିଭାଗରୁ ୬ହଜାର ଚାରା ନେଇ ୪ର୍ଥ ବାଟାଲିୟନ ସିଆରପିଏଫ ତରଫରୁ ବନ ମହୋତ୍ସବ ଆୟୋଜନ କରାଯାଇଥିଲା ।

ମୁନିଗୁଡା କ୍ୟାମ୍ପ ତରଫରୁ ୬ହଜାର ବୃକ୍ଷରୋପଣ କରାଯାଇଥିବା ବେଳେ ରାୟଗଡ ଠାରେ ୬ହଜାର ସମୁଦାୟ ୧୨ ହଜାର ବୃକ୍ଷ ରୋପଣ କରାଯିବାର ଲକ୍ଷ୍ୟ ରଖାଯାଇଛି ଏବଂ ପରିବେଶ ସୁରକ୍ଷା ନିମନ୍ତେ ଗଛର ଆବଶ୍ୟକତା ଓ ବୃକ୍ଷ ହିଁ ଜୀବନ ତେଣୁ ସମସ୍ତେ ଗଛ ଲଗାଇବା ଓ ପରିବେଶକୁ ବଂଚାଇବା ବୋଲି କମାଣ୍ଡଡେଂଟ ଶ୍ରୀ ରାଜପୁତ ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ରାୟଗଡ ହେଡ୍ କ୍ୱାଟର୍ସ ବାଟାଲିୟନ ତରଫରୁ ୫୦୦ ଚାରା ରୋପଣ କରାଯାଇଥିବା ବେଳେ ବିଷମକଟକ, ଶେଷଖାଲ, ତ୍ରିଲୋଚନପୁର, କଲ୍ୟାଣସିଂହପୁର ଓ ବିଜେପୁର କ୍ୟାମ୍ପରେ ଯବାନମାନେ ୧୦୦ଟି ଲେଖାଁଏ ଚାରାରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାୟଗଡ ବନାଂଚଳ ଅଧିକାରୀ ଅଶୋକ କୁମାର ପ୍ରଧାନ,୪ର୍ଥ ବାଟାଲିୟନ ସିଆରପିଏଫ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.