କବରରୁ ନାବାଳିକାର ମୃତଦେହ ଉଦ୍ଧାର କଲା ନର୍ଲା ପୋଲିସ

ନାବାଳିକାର ସନ୍ଦେହ ଜନକ ମୃତ୍ୟୁ, କାରଣ ଅସ୍ପଷ୍ଟ

ଲାଞ୍ଜିଗଡ୧୨/୭: ସିକେରକୁପା ଫାଣ୍ଡି ନର୍ଲା ଥାନା ଅଧିନସ୍ଥ ମାଡିବନ୍ଧା ଗାଁର କବରସ୍ଥାନରୁ ଜଣେ ନାବାଳିକାର ମୃତଦେହ ଉଦ୍ଧାର କରିଛି ପୋଲିସ । ନାବାଳିକାକୁ ମାରି ପୋତି ଦେଇଥିବା ସନ୍ଦେହ କରି ତା’ର ଜଣେ ଦୂର ସଂପର୍କିୟ ନର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା । ଆଜି କେସିଙ୍ଗା ଏସଡିପିଓ ଗୁପ୍ତେଶ୍ୱର ଭୋଇ, ନର୍ଲା ଥାନା ଭାରପ୍ରାପ୍ତ ଅଧିକାରୀ ଗାୟତ୍ରୀ ପ୍ରଧାନ, ଲାଞ୍ଜିଗଡ ତହସିଲଦାର ମୁନିନ୍ଦ୍ର ହୋନ୍ନାଙ୍ଗା, ବିଶ୍ବନାଥପୁର ମେଡିକାଲ ଅଫିସର ଇନ୍ଦ୍ର କୁମାର ନାଥାନୀ, ଲାଂଜିଗଡରୋଡ ସରପଂଚ ଟଙ୍କଧର ମାଝୀ, ଏଏସଆଇ ବଂଶୀଧର ସାମଲ, ଦେବେନ୍ଦ୍ର ମାଝୀଙ୍କ ଉପସ୍ଥିତରେ ନାବାଳିକା ସରିତା ବିଶି (୯)ଙ୍କ ଶବ ଉଦ୍ଧାର କରାଯାଇଛି ।

ପ୍ରାପ୍ତ ସୂଚନା ମୁତାବକ ଲାଞ୍ଜିଗଡ ବ୍ଲକ ମାଡିବନ୍ଧା ଗାଁର ବୁଡୁ ସୁନା ୮ ବର୍ଷ ତଳେ ସରିତାକୁ ବମ୍ବେରୁ ଉଦ୍ଧାର କରି କିଛି ଦିନ ସେଠାରେ ରହି ଘରକୁ ନେଇ ଆସିଥିଲେ । ବାପ ମା’ ଛେଉଣ୍ଡ ସରିତା ସେହି ସମୟରେ ଦେଢ ବର୍ଷର ଶିଶୁ ଥିଲା । ବୁଡୁ ସୁନା ଘରକୁ ଫେରି ନିଜ ସାବତ ପୁଅ ଚଇତୁ ବିଶି ହାତରେ ସରିତାକୁ ଦେଇ ଲାଳନ ପାଳନ କରିବାକୁ କହିଥିଲେ । ଚଇତୁ ବିଶିର ତିନି ପୁଅ ଥିଲେ । ତେବେ ଝିଅ ନଥିବା ଯୋଗୁଁ ସରିତାକୁ ଝିଅ କରିବାକୁ ରାଜି ହୋଇଥିଲେ ଚଇତୁ ଓ ତା’ ସ୍ତ୍ରୀ ଗାୟତ୍ରୀ ବିଶି । ସେମାନେ ଦୀର୍ଘ ସାତବର୍ଷ ନିଜ ଝିଅର ଦର୍ଯାଦେଇ ସରିତାକୁ ଲାଳନ ପାଳନ ମଧ୍ଯ କରିଆସୁଥିଲେ । କିନ୍ତୁ ହଠାତ୍ ଜୁଲାଇ ୧୦ ତାରିଖ ଦିନ ସରିତାର ବଡ଼ ଭାଇ ଅମର ବିଶି(୧୪) ଓ ତା’ ଦୁଇ ସାଙ୍ଗ ଜଙ୍ଗଲର ଗୋଟିଏ ଆମ୍ବ ଗଛରେ ସରିତା ବେକରେ ଦୌଡ଼ି ଲଗାଇ ଝୁଲୁଥିବା ଦେଖିବାକୁ ପାଇଥିଲେ । ଏହାପରେ ସାଙ୍ଗମାନଙ୍କୁ କହି ଗଛରୁ ମୃତ ଦେହ ଉଦ୍ଧାର କରି ଘରକୁ ନେଇଥିଲେ । ପରେ ଗାଁର କିଛିଲୋକଙ୍କ ସାଙ୍ଗରେ କଥାବାର୍ତ୍ତା ହୋଇ ସରିତା ଝାଡା ବାନ୍ତିରେ ମରିଯାଇଥିବା ଘୋଷଣା କରି ପରେ ଗାଁର ନିକଟସ୍ଥ କବରସ୍ଥାନକୁ ନେଇ ଖ୍ରଷ୍ଟିଆନ ସମ୍ପ୍ରଦାୟର ହୋଇ ଥିବାରୁ କବର ଦେଇଥିଲା ଘର ଲୋକେ ।

ସରିତାର ମୁତ୍ଯୁ ଖବର ପାଇ ଚଇତୁର ମାମୁଁ ପୁଅ ମାହେଶ୍ବରୀପୁରର ଓକିଲ ସେନାପତି ଏହା ଏକ ସ୍ବଭାବିକ ମୁତ୍ୟୁ ବୋଲି ଗ୍ରହଣ କରି ପାରୁ ନଥିଲେ। କାରଣ ସରିତା ପୂର୍ବରୁ ଲାଳନ ପାଳନ କରୁଥିବା ମା’ ବାପା ବାରମ୍ବାର ନିର୍ଯ୍ୟାତନା ଦେଉଥିବା ଓକିଲ ସେନାପତିଙ୍କୁ ଜଣାଇଥିଲା । ତେଣୁ ସେ ସନ୍ଦେହ କରି ସରିତାକୁ ହତ୍ଯା କରାଯାଇ ଥିବା ନର୍ଲା ଥାନାରେ ଲିଖିତ ଅଭିଯାଗ କରିଥିଲେ । ଓକିଲ ସେନାପତିଙ୍କ ଅଭିଯୋଗକୁ ଆଧାର କରି କେସ ନଂମ୍ବର ୧୧୩/୨୦୨୦, ଆଇପିସି ୩୦୨/୨୦୧ ଧାରାନୁଯାୟୀ ଏକ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା କେସିଙ୍ଗା ଏସଡିପିଓ ଗୁପ୍ତେଶ୍ବର ଭୋଇ ପ୍ରକାଶ କରିଛନ୍ତି । ବର୍ତ୍ତମାନ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରୀ ରହିଥିବା ଜଣାପଡିଛି ।

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.