ବର୍ଷା ଉଭାନ : ଜୀବନ୍ୟାସ ପାଇନାହିଁ ଉଠା ଜଳସେଚନ ପ୍ରକଳ୍ପ, ଚିନ୍ତାରେ ଚାଷୀ

ଲାଞ୍ଜିଗଡ,୨୦/୭: କିଛି ଦିନ ହେଲା ଲାଞ୍ଜିଗଡ଼ ଆକାଶରେ କଳାହାଣ୍ଡିଆ ମେଘ ରାଜୁତି କରୁଛି କିନ୍ତୁ ବର୍ଷା ଫେରାର ହୋଇଯାଇଛି। ବର୍ଷା ବିନା ଚାଷବାଷ ଉଧେଇ ପାରିନାହିଁ। ବର୍ଷାର ବାଟ ଚାହିଁ ଚାହିଁ ଚାଷୀ ହତାସ ହୋଇପଡିଥିବାବେଳେ ତଳି ମରିବାକୁ ଆରମ୍ଭ ହେଲାଣି । ଯଦି ୪/୫ ଦିନ ଭିତରେ ବର୍ଷା ନହୁଏ ତେବେ ତଳି ଜଳିଯିବାକୁ ସମୟ ଲାଗିବ ନାହିଁ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଅନ୍ୟପଟେ ପଦରଭଟ୍ଟା ଠାରେ ସ୍ଥାପିତ ହୋଇଥିବା ଉଠା ଜଳସେଚନ ପ୍ରକଳ୍ପର ୯୮ ପ୍ରତିଶତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ବିଭାଗୀୟ କତୃପକ୍ଷଙ୍କ ଖାମଖିଆଲ ମନୋଭାବ ଯୋଗୁଁ ଏହା କାର୍ଯ୍ୟକ୍ଷମ ହୋଇପାରିନାହିଁ । ଏହି ପ୍ରକଳ୍ପରେ ମିଟର ଓ କେବୁଲ ଲାଗିଲେ ଚାଷୀଙ୍କ ଜମିରେ ପାଣି ମାଡ଼ି ପାରିବ କିନ୍ତୁ ସେତିକିବି କରିବାକୁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ନଥିବା ଚାଷୀ ଅଭିଯୋଗ କରିଛନ୍ତି।

Udyog Nursery
Udyogi Nursery

ଏଠାରେ ପ୍ରକାଶ ଯୋଗ୍ୟ ଯେ, ଏହି ବ୍ଲକ ପଦରଭଟ୍ଟା ମୌଜାର ପ୍ରାୟ ୨୦ ଜଣ ଚାଷୀଙ୍କ ୪୦ରୁ ଉର୍ଦ୍ଧ୍ବ ଏକର ଜମିରେ ଗଜା ମରୁଡି ପଡୁଥିଲା, କାରଣ ଏଥିରେ କୌଣସି ପ୍ରକାରେ ଜଳ ସେଚନର ବ୍ୟବସ୍ଥା ନଥିଲା । ଏଥିପାଇଁ ବର୍ଷ ବର୍ଷ ଧରି ସରକାରଙ୍କ ଠାରେ ଅଭିଯୋଗ କରିଥିଲେ ଏହି ଅଞ୍ଚଳର ଚାଷୀ। ଏନେଇ ଚଳିତ ବର୍ଷ ମାର୍ଚ୍ଚ ମାସରେ ସରକାରଙ୍କ ତରଫରୁ ଉଠା ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା ଏବଂ ବିଭାଗ ଚଳିତ ବର୍ଷ ଚାଷୀମାନଙ୍କୁ ଧାନ ଚାଷ ପୂର୍ବରୁ ଜଳ ଯୋଗାଇ ଦେବାପାଇଁ ପ୍ରତିଶ୍ରୁତି ଦେଇଥିବା ଚାଷୀ ପ୍ରକାଶ କରିଛନ୍ତି। କିନ୍ତୁ ଆଜିକି ୪ ମାସ ହେଲା ଉଠା ଜଳ ସେଚନ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରୁନାହିଁ।

କାର୍ଯ୍ୟ ଦାଇତ୍ୱରେ ଥିବା ପ୍ରକଳ୍ପ ଅଧିକାରୀଙ୍କୁ ଚାଷୀ ପଚାରିଲେ ୨ ଦିନ ମଧରେ ମିଟର ଓ କେବୁଲ ଲାଗିବ ତାପରେ ଚାଷୀଙ୍କୁ ପାଣି ଯୋଗାଇ ଦିଆଯିବ ବୋଲି ଆଜିକି ୨ ମାସ ହେଲା ଭୁଆଁ ଭୁଲାଉ ଥିବା ଚାଷୀ ପ୍ରକାଶ କରିଛନ୍ତି। ଉଠାଜଳସେଚନ ପ୍ରକଳ୍ପର ଏହି ଚରମ ଅବହେଳା ଯୋଗୁଁ ଚାଷୀଙ୍କ ଠାରେ ଅସନ୍ତୋଷ ଦେଖାଦେଇଛି। ଏଥିପ୍ରତି ଉଚ୍ଚ ପଦାଧିକାରୀ ତୁରନ୍ତ ଧ୍ୟାନ ଦେବା ପାଇଁ ଅଞ୍ଚଳର ଚାଷୀ ଦାବି କରିଛନ୍ତି।

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ) ଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.