ବଲାଙ୍ଗୀର,୨୧/୭: ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗାଁରେ ଥିବା ମାଁ ସାହାଜି ଯୁବକ ସଂଘ ଓ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗୀରର ମିଳିତ ଆନୁକୂଲ୍ୟରେରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ସଂଘର ସଭାପତି ଜିତାମିତ୍ର ବିଶିଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସମାଜ ସେବୀ ଅଜିତ କୁମାର ଯୋଶୀ, ସମ୍ମାନିତ ଅତିଥି ଭାବେ ଡ଼ଃ ନାରାୟଣ ମିଶ୍ର, ଫରେଷ୍ଟର ଦିବସ ମାଝୀ, ସ୍ୱେଚ୍ଛାସେବୀ ଝସକେତନ ବାରିକ, ଚୁଳଧର ବେହେରା, ଭକ୍ତବନ୍ଧୁ ସାହୁ ପ୍ରମୁଖ ଯୋଗ ଦେଇ କପିଲାଭଟା-ମୋହରା ଛକ ପର୍ଯ୍ୟନ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସମ୍ପାଦକ ହୁଲେଶ୍ୱର ହଂସ, ସଂଯୋଜକ ପୃଥ୍ୱୀରାଜ ବାଗ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଏଥିରେ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।
ବଲାଙ୍ଗୀର ଜିଲ୍ଲା ପ୍ରତିନିଧି ଗୋକୁଳାନନ୍ଦ ବଗର୍ତ୍ତିଙ୍କ ରିପୋର୍ଟ OdiaBarta.in