କଳାହାଣ୍ଡି,୨୩/୭: ମ.ରାମପୁର ବ୍ଲକ ମସ୍କାଦାଣ୍ଡି ଗ୍ରାମ ଠାରେ ନେହରୁ ଯୁବ କେନ୍ଦ୍ର କଳାହାଣ୍ଡି ଓ ବାପୁଜୀ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ପଥପ୍ରାନ୍ତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ଦିନ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ମୁଣିଙ୍ଗ ସରପଞ୍ଚ ଟଙ୍କଧର ନାଏକ ଓ ବାପୁଜୀ ସାଂସ୍କୃତିକ ଅନୁଷ୍ଠାନ ମସ୍କାଦାଣ୍ଡିର ପୂର୍ବତନ ସମ୍ପାଦକ ପ୍ରଦୀପ କୁମାର ଭୋଇ ଶୁଭ ଉଦ୍ଘାଟନ କରି ବୃକ୍ଷ ରୋପଣ କରିଥିଲେ। ଏଥିରେ ବହୁ ମୁଲ୍ୟବାନ ଚାରାରୋପଣ କରାଯାଇଥିଲା। କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ମ.ରାମପୁର ବ୍ଲକ ଜତୀୟ ଯୁବ ସ୍ବେଛାସେବୀ ମୁକେଶ ବାରିକ ଓ ଅମିତ କୁମାର ସାହୁ ଏବଂ ଅନୁଷ୍ଠାନର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ ।
କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in
Click here to get 24×7 News & Views alerts
https://facebook.com/odiabarta