କଳାହାଣ୍ଡି,୨୭/୭: ଭବାନୀପାଟଣା ସଦର ବ୍ଲକ ଗୁଡିଆଳିପଦର ପଞ୍ଚାୟତର ଗଣନାଥପୁର ଗ୍ରାମରେ ଜଣେ କରୋନା ପଜିଟିଭ ଚିହ୍ନଟ ହେବାପରେ ଗାଁକୁ ସଟଡାଉନ ଘୋଷଣା କରିଛନ୍ତି ସରପଞ୍ଚ । ୨୬ ତାରିଖ ରବିବାର ରାତି ୯ଟାରୁ ୨୯ ତାରିଖ ରାତି ୯ଟା ପର୍ଯ୍ୟନ୍ତ ସଟଡାଉନ ବଳବତ୍ତର ରହିବ । ଏହି ସମୟରେ ସ୍ବାସ୍ଥ୍ୟ ସମ୍ବନ୍ଧିତ ସେବା ବିନା ବାକିସବୁ ବନ୍ଦ ରହିବ ।
ପ୍ରକାଶ ଯୋଗ୍ୟ, କଳାହାଣ୍ଡି ଜିଲ୍ଲାରେ ଚିହ୍ନଟ ହୋଇଥିବା ୧୧ ଆକ୍ରାନ୍ତଙ୍କ ମଧ୍ୟରୁ ଭବାନୀପାଟଣା ରାମନଗର ପଡ଼ାର ୫ଜଣ, ଚୁରିହାରି ପଡ଼ାର ୨ଜଣ, ପୋଲିସ ରିଜର୍ଭ ଲାଇନର ୨ଜଣ, ଗଣନାଥପୁରର ଜଣେ ଏବଂ ନର୍ଲା ବ୍ଲକ ରେଖପୁର ଗାଁର ଜଣେ ବୋଲି ଜଣାପଡିଛି । ବର୍ତ୍ତମାନ ସମସ୍ତ ଆକ୍ରାନ୍ତ ଭବାନୀପାଟଣା କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
କଳାହାଣ୍ଡିରୁ କ୍ଷମାନିଧି ମହାକୁଡ଼ (ମୁନ୍ନା)ଙ୍କ ରିପୋର୍ଟ OdiaBarta.in