ଲାଞ୍ଜିଗଡ,୨୭/୭: ନେହୁରୁ ଯୁବକେନ୍ଦ୍ର କଳାହାଣ୍ଡି ପକ୍ଷରୁ ସ୍ୱଚ୍ଛ ଗ୍ରାମ ସବୁଜ ଗ୍ରାମ ଅଭିଯାନ ଲାଞ୍ଜିଗଡ ବ୍ଲକ ମୁଣ୍ଡାଗାଁ ଠାରେ ଅନୁଷ୍ଠିତ ହୋଇଯାଇଛି। ମୁଣ୍ଡା ଗାଁ ରାଧାକୃଷ୍ଣ ଯୁବକ ସଂଘ ସହଯୋଗରେ ମୁଣ୍ଡାଗାଁ ଠାରୁ ଭୁର୍ତ୍ତିଗଡ ରାସ୍ତାରେ ୧୫୦ ରୁ ଅଧିକ ବିଭିନ୍ନ କିଶମର ଗଛ ଲଗାଯାଇଥିଲା। ନେହେରୁ ଯୁବ କେନ୍ଦ୍ରର ଜାତୀୟ ଯୁବ ସ୍ବେଚ୍ଛାସେବୀ ସୁମନ୍ତ ମାଝୀ ଓ ରମେଶ କରୁଆଁଙ୍କ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଣ୍ଡାଗାଁ ରାଧାକୃଷ୍ଣ ଯୁବକ ସଂଘ ସଭାପତି ବିରାଜ ପନ୍ଦର, ସତ୍ୟବାନ ପୁଝରୀ ଓ ସଂଘର କର୍ମକର୍ତ୍ତାଙ୍କ ସହିତ ନର୍ଲା ରେଞ୍ଜ ଉତ୍ତର ବନଖଣ୍ଡର କର୍ମଚାରୀ ମାନେ ସହଯୋଗ କରିଥିଲେ।
ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in