କଳାହାଣ୍ଡି,୨୩/୮: ମ.ରାମପୁର ବ୍ଲକର ବିଭିନ୍ନ ପଂଚାୟତରେ ପଂଚମୀ ତିଥିରେ ନବାନ୍ନ ସମାପନ ହେଇଥିବାବେଳେ ମ.ରାମପୁରରେ ଗ୍ରାମର ଇଷ୍ଟଦେବୀ ମାଁ ମାଣିକେଶ୍ୱରୀ ଏବଂ ମାଁ ଡ଼ୋକରୀଙ୍କ ପାଖରେ ଆସନ୍ତା ଇଂରାଜି ତା ୨୭/୮/୨୦୨୦ ରିଖ ଦଶମୀ ତିଥି (ଗୁରୁବାର) ଦିନ ନବାନ୍ନ ଲାଗିକରାଯିବ ।
ଗୁରୁବାର ଦିବା ୧୨.୩୮ ମି ଗରେ ଦିବା ୧୨.ଘ୫୮ ମିନିଟ ମଧ୍ୟେ ବିଶୁଦ୍ଧ ବିଛା ଲଗ୍ନେ ମାହେନ୍ଦ୍ର ବେଳାରେ ଗ୍ରାମର ଇଷ୍ଟଦେବୀଙ୍କ ପାଖରେ ନବାନ୍ନ ଅର୍ପଣ କରାଯିବ । ଏ ନେଇ ଆଜି ଇଷ୍ଟଦେବୀଙ୍କ ସେବାୟତ ମିହିରେନ୍ଦ୍ର ପ୍ରତାପ ସିଂହଦେଓ ସୂଚନା ପ୍ରଦାନ କରିଛନ୍ତି । ଏହି ତିଥିରେ ମ.ରାମପୁର ଅଂଚଳରେ ନୂଆଖାଇ ପର୍ବ ପାଳନ କରାଯିବ ।
କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in