ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ପାଇଁ ୧୬ ଜଣ ସମ୍ମାନିତ

କଳାହାଣ୍ଡି: ୨୩ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୧୯ ଅବସରରେ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ୧୮ ଜଣ ଯୁବକ ଓ ଯୁବତୀଙ୍କୁ ସମ୍ମାନିତ କରାଯାଇଛି । ସେମାନଙ୍କ ମଧ୍ୟରେ ଜାତୀୟ ସ୍ତରରେ ହାଇଜମ୍ପ (୧୬ ବର୍ଷରୁ କମ) ସ୍ୱର୍ଣ୍ଣପଦକ ହାସଲ କରିଥିବା ସୁମନ୍ତ ସୁନାନୀ, ଜାତୀୟ ସ୍ତରରେ ୧୬ ବର୍ଷରୁ କମ ୧୦୦ ମିଟର ରିଲେ ରନରେ ସ୍ୱର୍ଣ୍ଣପଦକ ପାଇଥିବା ପୂଜା ମେହେର, ଜାତୀୟ ସ୍ତରରେ ସିଲଭର ପଦକ ପାଇଥିବା ହରି ସାହୁ, କେନ୍ଦ୍ର ସାହିତ୍ୟ ଅକାଦେମୀ ଯୁବ ପୁରସ୍କାର ପ୍ରାପ୍ତ କବି ଜୟଦ୍ରଥ ସୁନା, ଇଣ୍ଡିଆନ୍ ଇଞ୍ଜିନିୟରିଂ ସର୍ଭିସରେ ପାଇଥିବା ସିର୍ଦ୍ଧାଥ ମିଶ୍ର, ଗୋଟିଏ ଏକର ଜମିରେ ୮୧୬ ପ୍ରକାର ଧାନ ଚାଷ କରିଥିବା ଧର୍ମଗଡ଼ ବସୁଲ ଗ୍ରାମର ଚାଷୀ ମାନସ ସାହୁ, ୨୦୧୮ ଜାତୀୟ ସ୍ତରୀୟ ସ୍କୁଲ୍ କ୍ରୀଡ଼ାରେ ଭାଗନେଇଥିବା ଲାଞ୍ଜିଗଡ଼ ଏସଏସଡି ସ୍କୁଲର ଛାତ୍ର ମାନସ ମାଝୀ, ଲାଲୁ ପ୍ରସାଦ ଭୋଇ ଏବଂ ଜୁନାଗଡ ଏସଏସଡି ହାଇସ୍କୁଲର ଛାତ୍ରୀ ସୀତା ସୁନାନୀ, ରାଜ୍ୟସ୍ତରୀୟ ସୁରଭି ବକୃତା ପ୍ରତିଯୋଗିତାରେ ରିତା ବାଗ, ରାଜ୍ୟସ୍ତରୀୟ କ୍ରିକେଟ୍ (୧୪ ବର୍ଷରୁ କମ୍) ଶ୍ରେଷ୍ଠ ବୋଲର୍ ପ୍ରିୟାଲ କୁମାର ସିଂ, ଇଜେଡସିସିରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ସଦସ୍ୟ ପ୍ରବୋଧ ରଥ ଓ ଶିକ୍ଷକ ଜଳେଶ୍ୱର ଦୀପ, ‘ମହୁରି’ ପତ୍ରିକା ଏବଂ ରାଜ୍ୟସ୍ତରୀୟ ସୁରଭି କୁଇଜରେ ପ୍ରଥମ ହୋଇଥିବା ଲଲିତ କୁମାର ସାହୁଙ୍କୁ ସମ୍ମାନିତ କରାଯାଇଥିଲା । ଏଥିସହ ବିସ୍ମିଲ୍ଲା ଖାଁ ଯୁବ ପୁରସ୍କାର ପ୍ରାପ୍ତ ଲୋକକଳାକାର ସର୍ବେଶ୍ୱର ଭୋଇ ଓ ସଂଗୀତ ଶିକ୍ଷକ ମଧୁଲିତା ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.